ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖରନ

ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗ୍ରୁପ ଟାଟା ଗ୍ରୁପରେ ପରିବର୍ତ୍ତନ ହେବାକୁ ଯାଉଛି । ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଏନ୍. ଚନ୍ଦ୍ରଶେଖରନ । ତାଙ୍କ ଇସ୍ତଫା ଲାଗୁ ହୋଇନାହିଁ । ଫେବ୍ରୁଆରୀ ୨୦୨୭ ଯାଏଁ କାର୍ଯ୍ୟକାଳ ପୂରା କରିବେ । ହେଲେ ଆଉ ପୁଣି ଦାୟିତ୍ୱ ନେବେନି ।

ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ ନିଜ ପଦରୁ ହଟିବା ନେଇ ବୋର୍ଡକୁ ଜଣାଇଥିବା ରିପୋର୍ଟ ଆସିଛି । ତେବେ ସେ ତୁରନ୍ତ ପଦ ଛାଡ଼ୁନାହାନ୍ତି । ଫେବ୍ରୁଆରୀ ୨୦୨୭ରେ ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ, କିନ୍ତୁ ଆଉ ଏକ କାର୍ଯ୍ୟକାଳ ପାଇଁ ନିଜକୁ ଉପଲବ୍ଧ କରାଇବେ ନାହିଁ । ଏପର୍ଯ୍ୟନ୍ତ ତାଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ହୋଇନାହିଁ । ଏହି ଘଟଣାର ସମୟକୁ ନେଇ କର୍ପୋରେଟ୍ ଜଗତରେ ଚର୍ଚ୍ଚା ବଢ଼ିଛି ।

ଆସନ୍ତା ଅଗଷ୍ଟ ୧୮ରେ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ବା AGM ହେବାକୁ ଯାଉଛି । ଏହାର ମାତ୍ର କିଛି ଦିନ ପୂର୍ବରୁ ଚନ୍ଦ୍ରଶେଖରନଙ୍କ ଏଭଳି ନିଷ୍ପତ୍ତି ଖବର ସାମ୍ନାକୁ ଆସିଛି । ରତନ ଟାଟାଙ୍କ ପରଲୋକ ପରେ ଟାଟା ସନ୍ସ ଓ ଟାଟା ଟ୍ରଷ୍ଟସ୍ ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ମତଭେଦ ଚର୍ଚ୍ଚାରେ ରହିଆସିଛି । ଗ୍ରୁପ୍ ର ନୂଆ ବ୍ୟବସାୟରେ ବଡ଼ ପୁଞ୍ଜିନିବେଶ, ଭବିଷ୍ୟତ ରଣନୀତି, ବୋର୍ଡରେ ପ୍ରତିନିଧିତ୍ୱ ଏବଂ ଟାଟା ସନ୍ସର ଭବିଷ୍ୟତ ଢାଞ୍ଚାକୁ ନେଇ ଆଭ୍ୟନ୍ତରୀଣ ମତପାର୍ଥକ୍ୟ ଥିବା କୁହାଯାଉଛି ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!