ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ଦୁବାଇ

ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ଦୁବାଇ । ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ । ଦୁବାଇର ମଧ୍ୟଭାଗରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଶୁଣିବାକୁ ମିଳିଛି ।

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ୍ ସଂଘର୍ଷ ମଧ୍ୟରେ ଏହି ଘଟଣା ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ବିସ୍ଫୋରଣ ପରେ ସହରର ଆକାଶରେ କଳା ଧୂଆଁର ବାଦଲ ଦେଖିବାକୁ ମିଳିଥିଲା । ଦୁବାଇର ଶେଖ ଜାଏଦ ରୋଡ୍ ଏବଂ ବୁର୍ଜ ଖଲିଫା ନିକଟ ଅଞ୍ଚଳରେ ପ୍ରବଳ ଶବ୍ଦ ଶୁଣାଯାଇଥିଲା, ଯାହା ଫଳରେ ବଡ଼ ବଡ଼ କୋଠାଗୁଡ଼ିକ ଥରି ଉଠିଥିଲା ।

ଦୁବାଇ ସରକାର କହିଛନ୍ତି, ଶତ୍ରୁପକ୍ଷରୁ ଆସୁଥିବା ଡ୍ରୋନ୍ କିମ୍ବା ମିସାଇଲକୁ ଦୁବାଇର ବାୟୁ ପ୍ରତିରକ୍ଷା ବାହିନୀ ଆକାଶରେ ହିଁ ନଷ୍ଟ କରିଦେଇଛି । ଏହାର କିଛି ଭଗ୍ନାଂଶ ଏକ କୋଠା ଉପରେ ପଡ଼ିବାରୁ ସାମାନ୍ୟ କ୍ଷୟକ୍ଷତି ହୋଇଛି, କିନ୍ତୁ କେହି ମୃତାହତ ହୋଇନାହାନ୍ତି । ଏହା ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣ ବୋଲି ସନ୍ଦେହ କରାଯାଉଛି ।

Post Views24 Total Count

Apply Now


This will close in 0 seconds

error: Content is protected !!