ଆମେରିକୀୟ ମହାକାଶ ଏଜେନ୍ସି ନ୍ୟାସନାଲ ଏୟରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ( NASA ) ଭାରତୀୟ ମହାକାଶ ଏଜେନ୍ସି ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ( ISRO)କୁ ବଡ଼ା ଅଫର ଦେଇଛି। ପ୍ରକୃତ କଥା ହେଲା , ନାସା ଇସ୍ରୋକୁ ଆର୍ଟିମିସ୍ ମିଶନ ଅନୁସାରେ ମୁନ ବେସ୍ ପ୍ରୋଗ୍ରାମ ସାମିଲ ହେବାକୁ ନିମନ୍ତ୍ରଣ କରିଛି। ଆମେରିକୀୟ ଦୂତାବାସ ମଙ୍ଗଳବାର କହିଛି ଯେ, ନାସା ଆର୍ଟିମିସ୍ ଚୁକ୍ତି (Artemis Accords) ଅନୁସାରେ ଭାରତ-ଆମେରିକା ଚୁକ୍ତିକୁ ଆହୁରି ମଜବୁତ କରିବା ପାଇଁ ଇସ୍ରୋକୁ ନିଜର ମୁନ୍ ସ୍ତରୀୟ ପ୍ରୋଗ୍ରାମରେ ଅନ୍ତର୍ଭୁକ୍ତ ହେବା ପାଇଁ ନିମନ୍ତ୍ରଣ କରିଛି।
ଉଭୟ ପକ୍ଷ ଚୁକ୍ତି ଅନୁସାରେ , ଓପେନ ସାଇଣ୍ଟିଫିକ୍ ଡାଟା ସେୟାରିଂ ଉପରେ ସହଯୋଗ ପାଇଁ କଥାବାର୍ତ୍ତାକୁ ଆଗକୁ ବଢାଇବା ଉପରେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଏହି ଚୁକ୍ତିର ଉଦ୍ଦେଶ୍ୟ ବାହ୍ୟ ମହାକାଶର ନାଗରିକ ଅନ୍ୱେଷଣ ( civil exploration) ଓ ଏହାର ଉପଯୋଗର ଗଭର୍ଣ୍ଣାସକୁ ଉତ୍ତମ କରିବାର ଅଛି। ନାସା ମହାକାଶରେ ଆମେରିକାର ଲିଡରଶିପକୁ ମଜବୁତ କରିବା , ବୈଜ୍ଞାନିକ ଆବିଷ୍କାରକୁ ପ୍ରୋତ୍ସାହିକ କରିବା ,ଇଣ୍ଡଷ୍ଟ୍ରୀ ଓ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ଇନୋଭେସନକୁ ଆଗକୁ ବଢାଇବା ଓ ମଙ୍ଗଳଗ୍ରହର ମିଶନ ପାଇଁ ମାନବତାକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଏକ ମୁନ ବେସ୍ ନିର୍ମାଣ କରୁଛି।
୨୧ ଜୁନ ୨୦୨୩ରେ ଭାରତ ଆର୍ଟମିସ ଚୁକ୍ତିରେ ହସ୍ତାକ୍ଷର କରିବାର ୨୭ ତମ ଦେଶ ହୋଇଥିଲା। ଏହି ଚୁକ୍ତି ଦେଶ ଦେଶ ମଧ୍ୟରେ ମହାକାଶ ଅନ୍ୱେଷଣରେ ସହଯୋଗ ପାଇଁ ନୀତି –ନିର୍ଦ୍ଦେଶ ସ୍ଥିର କରିଥାଏ। ବିବୃତ୍ତିରେ କୁହାଯାଇଛି ଯେ, ଭାରତ ଓ ଆମେରିକା ସିଭିଲ ଓ କମର୍ସିଆଲ ମହାକାଶ ସହଯୋଗ ଉପରେ ନିଜର କଥାବାର୍ତ୍ତାକୁ ଆଗକୁ ବଢାଇଛି ଏବଂ ଭବିଷ୍ୟତରେ ବିଜ୍ଞାନ ଓ ମାନବ ମହାକାଶ, ଉଡାଣ ପ୍ରଯୁକ୍ତିବିଦ୍ୟାରେ ଭାଗିଦାରୀ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିଛି।

