ଓଡ଼ିଶାକୁ ଦାଦନମୁକ୍ତ କରିବେ ମୋହନ ସରକାର

ଓଡ଼ିଶା ହେବ ଦାଦନ ମୁକ୍ତ । ଓଡ଼ିଶାରେ ସୃଷ୍ଟି ହେବ ରୋଜଗାର । ଦେଶର ଯୁବକଯୁବତୀ ମଧ୍ଯ ଚାକିରି କରିବାକୁ ଓଡ଼ିଶା ଆସିବେ । ନୂଆ ଓଡ଼ିଶା ଗଠନର ଲକ୍ଷ୍ଯ ନେଇ ରାଜ୍ଯବାସୀଙ୍କ ଭରସା ଜିତିଛି ବିଜେପି । ମୋହନ ସରକାର ଦେଇଥିବା ପ୍ରତିଟି ପ୍ରତିଶୃତିକୁ ପାଳନ କରିବାକୁ ତତ୍ପର ହୋଇପଡ଼ିଛି । ଏହିକ୍ରମରେ ଓଡ଼ିଶାକୁ ଦାଦନ ମୁକ୍ତ କରିବାକୁ ମଧ୍ୟ ଆରମ୍ଭ ହୋଇଯାଇଛି ଉଦ୍ୟମ । ଆଉ ଏହାର ନେତୃତ୍ବ ନେଉଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ଏମଏସଏମଇ ମନ୍ତ୍ରୀ ରବି ନାରାୟଣ ନାଏକ । ଭୁବନେଶ୍ବରରେ ଆୟୋଜିତ ବାର୍ଷିକତ ଉଦ୍ୟୋଗୀ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାକୁ ଦାଦନ ମୁକ୍ତ କରିବାକୁ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଓଡ଼ିଶା ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର । ଓଡ଼ିଶାରେ ରୋଜଗାର ପାଇଁ ଅନେକ ସୁଯୋଗ ରହିଛି । ହେଲେ ଦୀର୍ଘବର୍ଷ ଧରି ଓଡ଼ିଶା ଯେଉଁଭଳି ଗରିବ ରହିଥିଲା ସେହିଭଳି ରହିଛି । ଦାଦନ ମୁକ୍ତ କରିବାକୁ କହୁଥିବା ପୂର୍ବ ସରକାର କେବଳ ସ୍ଲୋଗାନ ହିଁ ଦେଉଥିଲେ ।  ଖାଲି ବଡ଼ ବଡ଼ ହୋଡିଂ ଲଗାଇ ବିଜେଡି ସରକାର ପ୍ରଚାର କରିବାରେ ବ୍ୟସ୍ତ ରହୁଥିଲା । ହେଲେ ଯୋଜନା ମୂଳରୁ କାମ କରୁନଥିଲା । ୨୪ ବର୍ଷ ହେଲା ରାଜ୍ୟରେ ଗୋଟିଏ ସରକାର ଥାଇ ବି କୌଣସି ବିକାଶ କିମ୍ବା ଯୁବପିଢିଙ୍କ ପାଇଁ ରୋଜଗାରର ବାଟ ବାହାରିପାରୁନଥିଲା । ଓଡ଼ିଶାରୁ ଲୋକ ବାହାର ରାଜ୍ଯକୁ ଯାଇ ଦାଦନ ଖଟୁଥିଲେ । ବିଜେପି ଓଡିଶାବାସୀଙ୍କ ଦାଦନ ଦୁଃଖ ଦୂର କରିବାକୁ ପକ୍କା ପ୍ରତିଶୃତି ଦେଇଛି ।

ସରକାରକୁ ଆସୁଆସୁ ବିଜେପି ଓଡ଼ିଶାରେ ରୋଜଗାର ସୃଷ୍ଟି ପାଇଁ ଉଦ୍ଯମ ଆରମ୍ଭ କରିଛି । ମୋହନ ସରକାରରେ ବରିଷ୍ଠ ନେତା ରବି ନାଏକଙ୍କୁ କ୍ଯାବିନେଟ ପାହ୍ଯା ସହ ଏହି ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । କିଭଳି ରୋଜଗାର ସୃଷ୍ଟି ହେବ ଏବଂ ଆମ ଯୁବପିଢି ଓଡ଼ିଶାରେ ରହି ସ୍ବାବଲମ୍ବୀ ହୋଇପାରିବେ ସେଥିନେଇ ମାଷ୍ଟରପ୍ଲାନ ମଧ୍ଯ ପ୍ରସ୍ତୁତ କରିଛନ୍ତି । ଜଣେ କାଉନସିଲରରୁ ମନ୍ତ୍ରୀ ହୋଇଛନ୍ତି ରବି ନାରାୟଣ ନାଏକ । ଏଣୁ ଦାଦନ ଦୁଃଖକୁ ସେ ଭଲଭାବେ ବୁଝିପାରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗାଁର ଗୋଟିଏ ଚାଷୀ ପରିବାରରେ ନିତ୍ୟାନନ୍ଦଙ୍କ ଜନ୍ମ । ଉଚ୍ଚଶିକ୍ଷା ନିମନ୍ତେ ଉମରକୋଟ ସହରକୁ ଆସିଥିଲେ। ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ପରେ ଜୟପୁର ମହାବିଦ୍ୟାଳୟରେ ଆଇନ ପଢ଼ିଥିଲେ। ଇତିହାସରେ ‌ସ୍ନାତକୋତ୍ତର ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଉମରକୋଟ କୋର୍ଟରେ ଆଇନଜୀବୀ ଭାବେ ପେଶାଗତ ଜୀବନ ଆରମ୍ଭ କରିଥିଲେ । ୨୦୦୩ ମସିହାରେ ଉମରକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡରୁ କାଉନସିଲର୍‌ ଭାବେ ନିର୍ବାଚିତ ହୋଇ ରାଜନୀତିର ପ୍ରଥମ ସୋପାନ ଚଢ଼ିଥିଲେ। ୨୦୧୪ ମସିହାରେ ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା। ୨୦୧୯ ନିର୍ବାଚନରେ ମୋଦୀ ଲହର ଏବଂ ନିଜ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ସେ ପାଖାପାଖି ୧୦ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଯୁବ ତଥା ଉପାନ୍ତ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିବାରୁ ଦଳ ତାଙ୍କୁ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ଭଳି ଗୁରୁଦାୟିତ୍ବ ଦେଇଥିଲା। ୨୦୨୪ ନିର୍ବାଚନରେ ଦ୍ବିତୀୟଥର ବିଧାନସଭାକୁ ନିର୍ବାଚିତ ହେବାପରେ ରାଜ୍ୟ ‌କ୍ୟାବିନେଟ୍‌ରେ ନିତ୍ୟାନନ୍ଦଙ୍କୁ ସ୍ଥାନ ମିଳିଛି।

 

Post Views106 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!