ରାତିପାହିଲେ ଶ୍ରାବଣ ସୋମବାର, ଶିବମୟ ହେବ ଚତୁର୍ଦିଗ

ଆସନ୍ତା କାଲି ଶ୍ରାବଣ ମାସର ପ୍ରଥମ ସୋମବାର। ରାତିପାହିଲେ ମହାଦେବଙ୍କୁ ଜଳ ଲାଗି କରିବେ ହଜାର ହଜାର କାଉଡ଼ିଆ । ଜମିବ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼, ଶିବମୟ ହେବ ଚତୁର୍ଦିଗ । ଆଜି ପାଣି ଭାର ନେଇ ଶୈବ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛନ୍ତି କାଉଡିଆ। କପିଳାସ, ଧବଳେଶ୍ବର, ସିଦ୍ଧେଶ୍ୱର, ଲିଙ୍ଗରାଜ, ଆରଡି ଭଳି ଶୈବପୀଠରେ କାଉଡ଼ିଆଙ୍କ ସଂଖ୍ୟା ବେସ୍ ଅଧିକ ରହିଥାଏ । ବ୍ରାହ୍ମଣୀ, ମହାନଦୀ ଓ କାଠଯୋଡି ନଦୀରେ ଭକ୍ତଙ୍କ ପ୍ରବଳ ଭିଡ ଦେଖା ଦେଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ୨୪ ଘଣ୍ଟା ସଜାଗ ରହିବେ ଅଗ୍ନିଶମ ବାହିନୀ । ଗଭୀର ଅଞ୍ଚଳରେ ବୁଡ ନପକାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରିଛନ୍ତି କର୍ମଚାରୀ । ବିଭିନ୍ନ ଶୈବପୀଠରେ ପ୍ଲାଷ୍ଟିକ ବାରଣ ସତ୍ତ୍ୱେ ମଧ୍ୟ ବଜାରରେ ଏହାର ବିକ୍ରି ହେଉଥିବାର ଦେଖା ଦେଇଛି ।

ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ । ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିଛି ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!