ହାଉସ୍ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୧୨ ଜଣିଆ ହାଉସ୍‌ କମିଟିରେ ତାଙ୍କୁ ସ୍ଥାନ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ।

ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି । ଏହି କମିଟିରେ କଲ୍ୟାଣ ବାନାର୍ଜୀ, ସୁଧୀର ଗୁପ୍ତା, କୃପାନାଥ ମଲ୍ଲାହ, ଡି. ପୁରନ୍ଦେଶ୍ୱରୀ, ସୁଖଜିନ୍ଦର ସିଂହ ରାନ୍ଧୱା, ଏମ୍‌ଏସ୍‌ ରେଡ୍ଡୀ, କୋଡିକୁନ୍ନିଲ ସୁରେଶ, ଡକ୍ଟର ଟି ସୁମତି, ଅକ୍ଷୟ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବ ଅଛନ୍ତି। ଉକ୍ତ କମିଟି ରେ ସ୍ଥାନ ପାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ତେବେ କିଛି ଦିନ ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା ବିଜନେସ ଆଡଭାଇଜରୀ କମିଟି ଗଠନ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ସଦସ୍ୟ ଥିବାର ଦେଖାଦେଇଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!