ରୋହିତ ଶର୍ମା ଙ୍କ ସିଏମ୍ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ସାକ୍ଷାତ ପରେ ବଢିଲା ଚର୍ଚ୍ଚା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି କ୍ରିକେଟର ରୋହିତ ଶର୍ମା। ମୁମ୍ବାଇ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟିଥିଲେ ରୋହିତ। ୨୦୧୩ ରୁ ୨୦୨୫ ପର୍ଯ୍ୟନ୍ତ ୧୨ ବର୍ଷ ଧରି ହିଟମ୍ୟାନଙ୍କ ଚମତ୍କାର ଟେଷ୍ଟ କ୍ୟାରିୟର ପାଇଁ ଫଡନଭିସ୍ ତାଙ୍କର ପ୍ରଶଂସା କରିଥିଲେ।ଏହି ବୈଠକରେ, ରାଜ୍ୟ ସରକାର ରୋହିତ ଶର୍ମାଙ୍କ କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତତା ଏବଂ ଅବଦାନକୁ ପ୍ରଶଂସା କରିଥିଲେ। ଫଡନାଭିସ୍ ରୋହିତଙ୍କ ସହ ତାଙ୍କର ସାକ୍ଷାତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଲେଖିଛନ୍ତି, ମୋର ସରକାରୀ ବାସଭବନ ‘ବର୍ଷା’ରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ସ୍ବାଗତ କରିବା ଓ ତାଙ୍କୁ ଭେଟି କଥା ହେବା ମୋତେ ବହୁତ ଭଲ ଲାଗିଲା। ମୁଁ ଟେଷ୍ଟ କ୍ରିକେଟେରେ ତାଙ୍କ ସନ୍ୟାସ ଓ ତାଙ୍କର ଯାତ୍ରାର ଆଗାମୀ ଚାପ୍ଟରରେ ନିରନ୍ତର ସଫଳତା ପାଇଁ ତାଙ୍କୁ ନିଜର ଶୁଭେଚ୍ଛା ଜଣାଉଛି। ସିଏମ୍‌ ଫଡନାଭିସ୍‌ଙ୍କ ଏହି ପୋଷ୍ଟ ଉପରେ ବହୁ ୟୁଜର୍ସ ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ। ସେଭଳି ଆଉ ଜଣେ ୟୁଜର ଲେଖିଛନ୍ତି, ଲାଗୁଛି ସେ ପଲିଟିକ୍ସରେ ଜଏନ୍ କରିପାରନ୍ତି। ଆଉ କେହି ଲେଖିଛନ୍ତି ସେ ଭବିଷ୍ୟତର ପ୍ରଧାନମନ୍ତ୍ରୀ।

Post Views30 Total Count

Apply Now


This will close in 0 seconds

error: Content is protected !!