BSF ଯବାନ ପୁର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ

ଭାରତର ବଡ଼ କୂଟନୈତିକ ବିଜୟ। BSF ଯବାନ ପୁର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ। ଏପ୍ରିଲ ୨୩ରୁ ପାକିସ୍ତାନରେ ଥିଲେ ଅଟକ। ୨୧ ଦିନ ପରେ ମୁକ୍ତ କଲେ ପାକ୍ ରେଞ୍ଜର୍ସ । ସୀମାରେ ଡ୍ୟୁଟି କରିବା ବେଳେ ଭୁଲ୍‌ବଶତଃ ସୀମା ଅତିକ୍ରମ କରିବାରୁ ଅଟକ ରଖିଥିଲା ପାକିସ୍ତାନ। ଅଟାରୀ-ୱାଘା ସୀମା ଦେଇ ଭାରତ ଫେରଲେ ପୁର୍ଣ୍ଣମ। ବିଏସଏଫ୍ କନେଷ୍ଟବଳ ପୁର୍ଣ୍ଣମ କୁମାର ସକାଳ ସାଢେ ୧୦ଟାରେ ଭାରତ ଫେରିଛନ୍ତି । ତାଙ୍କୁ ଏବେ ପଚରାଉଚରା କରାଯାଉଛି ।

ସୂଚନାନୁଯାୟୀ, ପୁର୍ଣ୍ଣମ କୁମାର ଏପ୍ରିଲ ୨୩ ତାରିଖରେ ସୀମାରେ ଡ୍ୟୁଟି କରିବା ସମୟରେ ପ୍ରଚଣ୍ଡ ଖରା ଯୋଗୁଁ ଭୁଲବଶତଃ ପାକିସ୍ତାନ ସୀମା ଅତିକ୍ରମ କରି ଏକ ଗଛ ତଳକୁ ଚାଲିଯାଇଥିଲେ। ଏହି ସମୟରେ ପାକିସ୍ତାନୀ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲେ। ତାଙ୍କର ସର୍ଭିସ୍ ରାଇଫଲସ୍ ଜବତ କରାଯାଇଥିଲା। ତାଙ୍କୁ ମୁକ୍ତ କରିବା ପାଇଁ ଭାରତ ପାକିସ୍ତାନ ମଧ୍ୟରେ ଫ୍ଲାଗ୍ ମିଟିଂ ଡକାଯାଇଥିଲା। ହେଲେ ପାକିସ୍ତାନ ପକ୍ଷରୁ ଏନେଇ କୌଣସି ଜବାବ ମିଳିନଥିଲା। ପାକିସ୍ତାନ ଜାଣିଶୁଣି ଫ୍ଲାଗ୍ ମିଟିଂ କରାଇ ଦେଉନଥିଲା । ଏହାପରେ ପୁର୍ଣ୍ଣମଙ୍କ ମୁକ୍ତି ପାଇଁ କୂଟନୈତିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଥିଲା। ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଯୋଗୁଁ ପୁର୍ଣ୍ଣମଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ଵ ହୋଇଥିଲା। ଅପରେସନ ସିନ୍ଦୂରରେ ଭାରତ ଯେପରି ପାକିସ୍ତାନକୁ ଧୂଳି ଚଟାଇଲା ଏହାପରେ ପାକ୍ ବିଏସଏଫ୍ ଯବାନଙ୍କୁ ଛାଡ଼ିବାକୁ ବାଧ୍ୟ ହେଲା ।

 

Post Views17 Total Count

Apply Now


This will close in 0 seconds

error: Content is protected !!