ଠକାମିର ଶିକାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲଙ୍କ ପୁଅ

ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲଙ୍କ ପୁଅ ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେଶ ଗୁଜରାଲ (୭୮) ବଡ଼ଧରଣର ସାଇବର ଠକାମୀର ଶିକାର ହୋଇଛନ୍ତି। ଦିଲ୍ଲୀ ପୁଲିସ ଗୁରୁବାର କହିଛି ଯେ, ଅଜ୍ଞାତ ଠକମାନେ ଏକ ଅନଲାଇନ୍ ମେସେଜିଂ ଆପ୍‌ରେ ତାଙ୍କ କମ୍ପାନିର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ)ଙ୍କୁ ଠକି ଗତ ସପ୍ତାହରେ ଅତି କମ୍‌ରେ ଚାରୋଟି ରିଅଲ୍-ଟାଇମ୍ ଗ୍ରସ୍ ସେଟେଲମେଣ୍ଟ (ଆରଟିଜିଏସ୍) କାରବାର ମାଧ୍ୟମରେ ୭ କୋଟି ୬୮ ଲକ୍ଷ ଟଙ୍କା ଠକି ନେଇଥିଲେ।

ଜାତୀୟ ସାଇବର ଅପରାଧ ରିପୋର୍ଟିଂ ହେଲ୍ପଲାଇନ୍ ‘୧୯୩୦’ ମାଧ୍ୟମରେ ମଙ୍ଗଳବାର ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସାଇବର ଅପରାଧ ତଦନ୍ତ ୟୁନିଟ୍, ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫ୍ଏସଓ)କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ଓ ମୋଟ ଠକେଇ ପରିମାଣରୁ ଆଇଏଫ୍ଏସଓ ୪.୨୮ କୋଟି ଟଙ୍କା ଜବତ କରିଥିବା ଦାବି କରିଛି।

ଚାଟାର୍ଡ ଆକାଉଣ୍ଟ ଡିଗ୍ରିଧାରୀ ନରେଶ ଗୁଜରାଲ ୨୦୦୭ ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ସେ ଦକ୍ଷିଣ ଦିଲ୍ଲୀର ଓଖଲାରେ ଏକ କମ୍ପାନି ଚଳାଉଛନ୍ତି। ତାଙ୍କ କମ୍ପାନି କପଡ଼ା, ଚମଡା ଓ ଅନ୍ୟାନ୍ୟ ପୋଷାକ ଉତ୍ପାଦନ କରେ। ରିପୋର୍ଟରେ କୁହାଯାଇଛି ଯେ, ସମ୍ପୂର୍ଣ୍ଣ ଯୋଜନାଟି ହ୍ୱାଟ୍ସଆପ୍ ମାଧ୍ୟମରେ ରଚା ହୋଇଥିଲା। ଜୁନ୍ ୧୨ ତାରିଖରେ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍‌ଓ) ଶୁଭମ ସିଂହ ନରେଶଙ୍କ ପ୍ରୋଫାଇଲ୍ ଫଟୋ (ପ୍ରଦର୍ଶିତ ଚିତ୍ର) ଥିବା ଏକ ହ୍ୱାଟ୍ସଆପ୍ ମେସେଜ୍ ପାଇଥିଲେ। ବ୍ୟକ୍ତି ଜଣକ ନରେଶଙ୍କ ପରିଚୟ ଦେଇ ଆରଟିଜିଏସ୍‌ ମାଧ୍ୟମରେ ଏକ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥି‌ଲେ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!