ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ PA ଙ୍କୁ ଗୁଳି କରି ହତ୍ୟା

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଆଜି ରାତିରେ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗୁଳିକରି ହତ୍ୟା କରାଯାଇଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ତୁରନ୍ତ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଅପରାଧୀମାନେ ରାସ୍ତାରେ ଚନ୍ଦ୍ରନାଥଙ୍କ କାର୍‌ ଅଟକାଇ ୪ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଏହି ହିଂସା ସମଗ୍ର ଅଂଚଳରେ ରାଜନୈତିକ ଉତ୍ତେଜନା ବଢ଼ାଇ ଦେଇଛି। ଚନ୍ଦ୍ରନାଥ ୧୦ ବର୍ଷରୁ ଅଧିକ ସମୟ ଧରି ଶୁଭେନ୍ଦୁଙ୍କ ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲେ।

ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଦୁଇ ଦିନ ପରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ଚନ୍ଦ୍ରନାଥଙ୍କୁ ଅତି କମ୍‌ରେ ୩ଟି ଗୁଳି ବାଜିଥିବା ସୂଚନା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚନ୍ଦ୍ରନାଥଙ୍କ କାର୍‌କୁ ଦୁଇଟି ଗାଡ଼ି ଗୋଡ଼ାଉଥିଲା। ଏଥିରେ ଗୋଟିଏ କାର ଓ ବାଇକ୍ ସାମିଲ ଥିଲା। କାର୍‌ଟି ଚନ୍ଦ୍ରନାଥଙ୍କ କାର୍‌କୁ ଓଭରଟେକ୍ କରିବା ପରେ ବାଇକ୍ ଆରୋହୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଜିଲ୍ଲାର ଜେସୋର ରୋଡ୍‌ରେ ଥିବା ଦୋହରିଆ ନିକଟରେ କାର୍‌କୁ ଅଟକାଇବାରେ ଦୁର୍ବୃତ୍ତମାନେ ସକ୍ଷମ ହୋଇଥିଲେ ଏବଂ ପ୍ରଥମେ କାର୍‌ର ଆଗ ସିଟ୍‌ରେ ବସିଥିବା ଚନ୍ଦ୍ରନାଥଙ୍କ ଉପରକୁ ବାରମ୍ବାର ଗୁଳି ଚଳାଇଥିଲେ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!