ବିଶ୍ବର ବଡ଼ ବଡ଼ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଘଟୁଥିବା ବେଳେ ଭାରତୀୟ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟା ଭିତରେ ବିଶ୍ବର ତିନି ପ୍ରମୁଖ ଧନୀ ବର୍ନାର୍ଡ ଆର୍ନଲ୍ଟ, ଜେଫ୍ ବେଜୋସ୍ ଓ ୱାରେନ୍ ବଫେଙ୍କ ସମ୍ପତ୍ତି ହ୍ରାସ ପାଇଛି। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୧,୬୩,୯୦୯ କୋଟି ଟଙ୍କା ପାଇଛି। ବିଶ୍ବର ଏକ ନମ୍ବର ଧନୀ ନର୍ବାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତି ୯୨ ହଜାର କୋଟି ଟଙ୍କା କମିଛି। ଟେସ୍ଲାର ମୁଖ୍ୟ ଏଲନ୍ ମସ୍କଙ୍କ ସମ୍ପତ୍ତି ୧୮,୩୫୦ କୋଟି ଟଙ୍କା କମିଛି। ୱାରେନ୍ ବଫେଙ୍କ ସମ୍ପତ୍ତିରେ ୧୮,୧୦୨ କୋଟି ଟଙ୍କା ହାସ ଘଟିଛି। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସମ୍ପତ୍ତି ୮,୨୬୬ କୋଟି ଟଙ୍କା କମିଛି।

