ବାଂଲାଦେଶର ଅନ୍ୟତମ ହିନ୍ଦୁ ନେତା ଏବଂ ପୂର୍ବତନ ମନ୍ତ୍ରୀ ହେଉଛନ୍ତି ରମେଶ ଚନ୍ଦ୍ର ସେନ ।ସେନ୍ ୮୫ ବର୍ଷ ବୟସ୍କ ଥିଲେ ଏବଂ ଅନେକ ରୋଗରେ ପୀଡିତ ଥିଲେ । ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ସମୟରେ ଜେଲର ପରିସ୍ଥିତି ସହିତ ପରିଚିତ ଲୋକଙ୍କ ଅନୁସାରେ, ପୂର୍ବତନ ମନ୍ତ୍ରୀ ଭାବରେ ତାଙ୍କୁ ଯେଉଁ ଯତ୍ନ ମିଳିବା କଥା ତାହା ମିଳୁ ନଥିଲା। ତାଙ୍କ ବିରୁଦ୍ଧରେ ହତ୍ୟା ସମେତ ତିନୋଟି ଅଭିଯୋଗ ଆସିଥିଲା ।
ଶନିବାର ଦିନ ଜେଲରେ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହେବା ପରେ ମୃତ୍ୟୁ ଘଟିଛି । ସେନ୍ ତାଙ୍କର ସହାୟକ ସ୍ୱଭାବ ଏବଂ ନିର୍ଦ୍ଦୋଷ ରାଜନୈତିକ କ୍ୟାରିୟର ପାଇଁ ଜଣାଶୁଣା ଥିଲେ । ରମେଶ ଚନ୍ଦ୍ର ସେନ୍ ପୂର୍ବତନ ବାଂଲାଦେଶୀ ଜଳସମ୍ପଦ ମନ୍ତ୍ରୀ ଏବଂ ପାଞ୍ଚ ଥର ସାଂସଦ (ଏମ୍ ପି) ମଧ୍ୟ ଥିଲେ, ଯିଏକି ୨୦୨୪ ମସିହାରେ ତାଙ୍କର ଶେଷ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ ।
ଜେଲ ଅଧିକାରୀଙ୍କ ଅନୁଯାୟୀ, ଶନିବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିନାଜପୁର ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ସକାଳ ପ୍ରାୟ ୯,୨୯ରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜେଲ ଅଧୀକ୍ଷକ ଫରହାଦ ସରକାର ନିଶ୍ଚିତ କରିଛନ୍ତି।

