ଶାହଙ୍କ ମେଣ୍ଟ ଥିଓରୀ

କାଲି କାର୍ତ୍ତିକ ପାଣ୍ଡିଆନ, ଆଜି ଅମିତ ଶାହ । ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ବଡ଼ ବିବୃତି । ମେଣ୍ଟ ସବୁବେଳେ ଭୋଟ୍ ହାସଲ ପାଇଁ ହୋଇନଥାଏ ବରଂ ରାଜ୍ଯ ଓ ଦେଶର ବୃହତର ସ୍ବାର୍ଥ ପାଇଁ ଆବଶ୍ଯକ ପଡ଼ିଥାଏ । ଗତକାଲି ନ୍ଯୁଜ ୧୮ର ରାଇଜିଂ ଭାରତ ସମିଟରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ଆଜି ସେହି ମଞ୍ଚରେ ପାଖାପାଖି ସମର୍ଥନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ମେଣ୍ଟ ପ୍ରସଙ୍ଗ ପ୍ରଶ୍ନରେ ଶାହ କହିଛନ୍ତି, ମେଣ୍ଟ ସବୁବେଳେ ଭୋଟ ହାସଲ ପାଇଁ ହୋଇନଥାଏ । ଗତ ୫ ବର୍ଷ ମଧ୍ଯରେ ଜାତୀୟ ହିତ ନିମନ୍ତେ କିଛି କିଛି ରାଜନୈତିକ ଦଳ ବିଜେପିକୁ ପ୍ରସଙ୍ଗଭିତ୍ତିକ ସମର୍ଥନ କରିଛନ୍ତି । ବିଜେଡିକୁ ଇଙ୍ଗିତ କରି ଶାହ ଏହି ବକ୍ତବ୍ଯ ଦେଇଥିଲେ । ତେବେ ମେଣ୍ଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା ଚୂଡ଼଼ାନ୍ତ ନିଷ୍ପତ୍ତି ନେବେ । ଓଡ଼ିଶାରେ ବିଜେପି ମେଣ୍ଟ କରିବ କି ଏକାକୀ ଲଢିବ ସେନେଇ ନିଷ୍ପତ୍ତି ହେବାପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଚିନ୍ତା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଶାହ ।

କାଲି କାର୍ତ୍ତିକ ପାଣ୍ଡିଆନ କାର୍ତ୍ତିକ କହିଥିଲେ ନିର୍ବାଚନ ଜିତିବାକୁ ନବୀନ ପଟ୍ଟନାୟକଙ୍କୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ । କିମ୍ବା ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ବିଜେଡିର ଆବଶ୍ୟକତା ପଡିବନାହିଁ । ମେଣ୍ଟ ସମ୍ପର୍କରେ ହେଉଥିବା ଆଲୋଚନା କେବଳ ଦୁଇ ରାଷ୍ଟ୍ରନେତାଙ୍କ ରାଜନୀତିଠାରୁ ଉର୍ଦ୍ଧ୍ବରେ ଦେଶର ଓ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ । ଏଥିରେ କୌଣସି ରାଜନୀତି କିମ୍ବା ବିଜେପି ଓ ବିଜେଡି ପାଇଁ କୌଣସି ନିର୍ବାଚନୀ ମୂଲ୍ୟ ନାହିଁ । ଏହା କେବଳ ଏକ ମହତ ଉଦ୍ଦେଶ୍ୟ । ମେଣ୍ଟ ନେଇ କିଛି ହେଲେ ସମସ୍ତେ ଜାଣିବେ ବୋଲି ପାଣ୍ଡିଆନ ବିବୃତି ରଖିଥିଲେ ।

ଓଡିଶାରେ ନବୀନ ପଟ୍ଟନାୟକ ନିଜ ଲୋକପ୍ରିୟତା ପାଇଁ ପ୍ରତିଥର ନିର୍ବାଚନରେ ତିନି ଚତୁର୍ଥାଂଶ ଭୋଟରେ ଜିତୁଛନ୍ତି । ବର୍ତ୍ତମାନ ଆସୁଥିବା ସବୁ ସର୍ଭେ ରିପୋର୍ଟ କହୁଛି ନିଃସନ୍ଦେହରେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଏଣୁ ମେଣ୍ଟ କୌଣସି ରାଜନୈତିକ ଉଦ୍ଦେଶ୍ଯ ନୁହେଁ ବରଂ ଏହା ରାଜନୀତିର ଉର୍ଦ୍ଧ୍ବରେ । ଏତେ ସବୁ ପ୍ରତିକ୍ରିୟା ଓ ବିବୃତି ଭିତରେ ଏବେ ସମଗ୍ର ରାଜ୍ଯରେ ମେଣଅଟକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ସମସ୍ତେ ପରିଣାମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!