ବିଜେଡିରେ କଂଗ୍ରେସର ଅଧିରାଜ

ବିଜେଡିରେ ସାମିଲ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ୭୪ ଜଣ ନିର୍ବାଚିତ ପ୍ରତିନିଧି ବି ବିଧିବଦ୍ଧ ଭାବେ ମିଶିଛନ୍ତି ବିଜୁ ଜନତା ଦଳରେ। ସେମାନଙ୍କ ମଧ୍ୟରେ ଅଛନ୍ତି ୪୦ ଜଣ ସରପଞ୍ଚ ଓ ୩୪ ଜଣ ସମିତି ସଭ୍ୟ। ନୂଆପଡ଼ା ଜିଲ୍ଲାର ଶତାଧିକ ନେତା ଓ କର୍ମୀ ବିଶାଳ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଞ୍ଚିବା ପରେ ହୋଇଥିଲା ମିଶ୍ରଣ ପର୍ବ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡ଼ି ଉତ୍ତରୀୟ ପକାଇ ଦଳକୁ ସ୍ବାଗତ କରିଥିଲେ । ପରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଧାୟକ ଅଧିରାଜଙ୍କ ସହ ଖଡ଼ିଆଳର ନିର୍ବାଚି୍ତ ପ୍ରତିନିଧ ଓ କର୍ମୀଙ୍କୁ ବିଜେଡ଼ିକୁ ସ୍ବାଗତ କରିଥିଲେ । ଦଳରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ଅଧକ୍ଷ କାର୍ତ୍ତିକ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି ଅଧିରାଜ । ବିକଶିତ ଓଡିଶା ଓ ନୂଆ ଓଡିଶା ସଂକଳ୍ପ ଯାତ୍ରାରେ ତାଙ୍କୁ ସାମିଲ କରିଥିବାରୁ ସେ ବିଜେଡି ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇଥିଲେ ନିଜ ଅଭିଭାଷଣରେ । ଏହାସହ ବିରୋଧୀ ଦଳର ବିଧାୟକ ହୋଇଥିଲେ ମଧ୍ୟ ଖଡ଼ିଆଳବାଦୀଙ୍କ ସବୁଦାବିକୁ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ବୋଲି ଅଧିରାଜ କହିଛନ୍ତି । ଆଗକୁ ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାହା ସେ ତୁଲାଇବେ ବୋଲି କହିଛନ୍ତି ।

୨୦୧୯ ମସିହାରେ ଖଡ଼ିଆଳ ବିଧାନସଭା ଆସନରରୁ ନିର୍ବାଚିତ ହୋଇଥିଲେ ଅଧିରାଜ । ରୂପାନ୍ତରଣ ପଥେ ଓଡ଼ିଶା ଯେପରି ଆଗେଇ ଚାଲିଛି ସେଥିରେ ସେ ହୋଇଥିଲେ ଅନୁପ୍ରାଣିତ । ଖଡ଼ିଆଳ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ହୃଦବୋଧ କରି ନିର୍ବାଚିତ ତୃଣମୂଳ ପ୍ରତିନିଧିମାନେ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ । ୨୦୨୪ରେ ବିଜେଡିର ବଡ଼ ବିଜୟ ଲାଗି ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ସଂକଳ୍ପ ନେଇଥିଲେ । ବିରୋଧୀ କ୍ୟାମ୍ପର ଯୁବଚେହେରାମାନେ ଦଳ ଛାଡ଼ି ବିକଶିତ ଓଡ଼ିଶା ଗଠନ ପାଇଁ ହେଉଛନ୍ତି ବିଜେଡି ମୁହାଁ। ଓଡ଼ିଶାର ବୃହତ୍ତର ସ୍ବାର୍ଥ ଲାଗି ଯୁବନେତାମାନଙ୍କୁ ବିଜେଡିରେ ସାମିଲ କରାଯାଇ ଦଳକୁ ତୃଣମୂଳ ସ୍ତରରେ କରାଯାଉଛି ଶକ୍ତିଶାଳୀ। ଚିନ୍ତାରେ ପଡିଛନ୍ତି ବିରୋଧୀ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!