ଋଷରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ

ଋଷର ପେରମ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଅଜୁର ଏୟାରଲାଇନ୍ସର ପ୍ଲେନ୍ ଗୋଆ ଆସିବା ପାଇଁ ଉଡାଣ ଭରିଥିଲା । କିନ୍ତୁ ମଝି ଆକାଶରୁ ହିଁ ବିମାନର ସୁରକ୍ଷାକୁ ନେଇ ଆଲର୍ଟ ଜାରି କରାଯାଇଥିଲା ।

ଏହାର କାରଣ ହେଉଛି ବିମାନକୁ ବମରେ ଉଡାଇ ଦେବା ପାଇଁ ଧମକ ମିଳିଛି । ବିମାନରେ ୨ଟି ପିଲା, ୭ଜଣ କ୍ର୍ୟୁ ମେମ୍ବର ସମେତ ୨୩୮ଜଣ ଲୋକ ରହିଛନ୍ତି ।

ଆଉ ବିମାନକୁ ଗୋଆ ବଦଳରେ ଉଜବେଗିସ୍ତାନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ବିମାନରେ ବମ୍ ଥିବା ଖବର ଗୋଆର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଇମେଲ୍ ଜରିଆରେ ମିଳିଥିଲା । ଯେଉଁଥି ପାଇଁ ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!