୭ ଦିନ ଭିତରେ ପ୍ରମାଣ ଦିଅ: ଇସିଆଇ

ଭୋଟ୍ ଚୋରି’ ଅପଶବ୍ଦର ବ୍ୟବହାର ସମ୍ବିଧାନ ପ୍ରତି ଅପମାନ । ରାହୁଲଙ୍କ ଅଭିଯୋଗକୁ ନିର୍ବାଚନ କମିଶନଙ୍କ କଡ଼ା କାଉଣ୍ଟର୍ । ୭ ଦିନିଆ ଅଲଟିମେଟମ୍… ‘ସତ୍ୟପାଠ ଦିଅ, ନଚେତ୍ କ୍ଷମା ମାଗ’ । ଲୋକସଭା ନିର୍ବାଚନରେ ଭୋଟ୍ ଜାଲିଆତି ଏବଂ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟର ଲିଷ୍ଟର ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ଅନିୟମିତତାକୁ ନେଇ ବହୁବିବାଦୀୟ ଭୋଟ୍ ଚୋରି ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।

ତେବେ ରାହୁଲଙ୍କ ନାଁ ନନେଇ ଆଜି ତାଙ୍କ ଅଭିଯୋଗର କଡ଼ା ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର।ପ୍ରେସମିଟରେ କହିଛନ୍ତି- ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରାଯାଉଛି। ପିପିଟିରେ ଭୁଲ୍ ତଥ୍ୟ ଦେଇ ଦେଶବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି। ନିର୍ବାଚନ କମିଶନଙ୍କ ପାଇଁ କେହି ପକ୍ଷ କିମ୍ବା କେହି ବିପକ୍ଷ ନୁହନ୍ତି, ସମସ୍ତେ ସମକକ୍ଷ ବୋଲି କହିବା ସହ, ମିଥ୍ୟା ଆରୋପକୁ ନିର୍ବାଚନ କମିଶନ କେବେ ଡରିଯିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ଯିଏ ବି ଭୁଲ୍ ତଥ୍ୟ ପ୍ରଚାର କରୁଛନ୍ତି, ସେ ୭ ଦିନ ଭିତରେ ଅଭିଯୋଗର ସତ୍ୟପାଠ ଦିଅନ୍ତୁ, ନଚେତ୍ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

Post Views3 Total Count

Apply Now


This will close in 0 seconds

error: Content is protected !!