ପଞ୍ଜାବ, ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ ପୁଣି ଥରେ ଦିଲ୍ଲୀ ଘେରିଛନ୍ତି । ଦିଲ୍ଲୀ ଚାଲୋ ଅଧୀନରେ ହଜାର ହଜାର କୃଷକ ରାଜଧାନୀ ବର୍ଡରରେ ଜମା ହୋଇଛନ୍ତି । ତେବେ ପଞ୍ଜାବ–ହରିୟାଣା ସୀମାରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି। କିନ୍ତୁ ଚାଷୀ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏବେ ପ୍ରଶ୍ନ ହେଉଛି କାହିଁକି ଚାଷୀମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି? ସେମାନଙ୍କର ଦାବି କ’ଣ ଏବଂ ଏଥର କିଏ ଏହାର କିଏ ନେତୃତ୍ୱ ନେଉଛନ୍ ତି?
ଏଥର କୃଷକମାନେ ଲମ୍ବା ଆନ୍ଦୋଳନ କରିବା ନେଇ ଟ୍ରାକ୍ଟର–ଟ୍ରଲିରେ ମାସ ମାସ ପାଇଁ ରାସନ ସାମଗ୍ରୀ ଲଦି ଆଣିଛନ୍ତି । ଦୀର୍ଘ ଦିନ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ କରିବା ସେମାନଙ୍କର ଯୋଜନା ରହିଛି। ୨୦୨୨୦–୨୧ ମଧ୍ୟରେ କୃଷକମାନେ ଏକ ଦୀର୍ଘ ଯୋଜନା ସହିତ ବିରୋଧ କରିବାକୁ ଆସି ନଥିଲେ। କିନ୍ତୁ ଯେତେବେଳେ ସରକାର ସେମାନଙ୍କ ଦାବିକୁ ଗ୍ରହଣ କଲେ ନାହିଁ, ସେତେବେଳେ ବହୁତ ବିଳମ୍ବ ହୋଇଥିଲା । ତେବେ ଏଥର ମଧ୍ୟ କିଛି କୃଷକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରୁନାହାଁନ୍ତି।
ପୂର୍ବ ଏବଂ ବର୍ତ୍ତମାନ ଆନ୍ଦୋଳନ ମଧ୍ୟରେ ପାର୍ଥକ୍ୟ କ’ଣ?
ଗତ ଥର, ୩୨ ୟୁନିୟନ ସଂଯୁକ୍ତ କିଷାନ ମୋର୍ଚ୍ଚା SKM ଏହି ଆନ୍ଦୋଳନ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ଏହା ବିଭାଜିତ ହୋଇ SKM (ପଞ୍ଜାବ), SKM (ଅଣ–ରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା (KMM) ଗଠନ କରିଛି । ଏହା ବ୍ୟତୀତ, ୨୨ ଟି ୟୁନିଅନ୍ ଯାହା SKM ର ଅଂଶ ଥିଲା ସେମାନେ ମଧ୍ୟ ଏକ ପୃଥକ ସଂଯୁକ୍ତ ସମାଜ ମୋର୍ଚା (SSM) ଗଠନ କରିଛନ୍ତି । ପୂର୍ବରୁ ହୋଇଥିବା ଆନ୍ଦୋଳନ ଶେଷ ହେବା ପରେ ଏହା ୨୫ ଡିସେମ୍ବର ୨୦୨୧ ରେ ଗଠିତ ହୋଇଥିଲା | ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏସଏସଏମର ଉଦ୍ଦେଶ୍ୟ ଥିଲା।
ଏଥର ୨୫୦ ରୁ ଅଧିକ କୃଷକ ୟୁନିୟନ କେଏମଏମ ବ୍ୟାନରରେ ସହ ମିଳିତ ବାବେ ବିରୋଧ ପ୍ରଦର୍ଶନ କରିଛନ୍ତି। କେଏମ୍ଏମର ନେତୃତ୍ୱ ସରୱନ ସିଂ ପନ୍ଧେର ନେଉଛନ୍ତି । ଏଥିରେ SKM ର ୧୫୦ ଟି ୟୁନିଅନ୍ (ଅଣ–ରାଜନୈତିକ) ମଧ୍ୟ ଅନ୍ତର୍ଭୁକ୍ତ । ଯିଏ ୨୦୨୦–୨୧ ରେ କୃଷି ଆଇନ ବିରୋଧରେ ବିରୋଧର ନେତୃତ୍ୱ ନେଇଥିଲେ। ଗତଥର କୃଷକମାନେ ତିନୋଟି କୃଷି ନିୟମକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।
ଏଥର ଚାଷୀଙ୍କ ଦାବି କ’ଣ?
- ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଉପରେ ଏକ ଗ୍ୟାରେଣ୍ଟି ଆଇନ ପ୍ରସ୍ତୁତ।
- ସ୍ୱାମୀନାଥନ୍ ଆୟୋଗର ସୁପାରିଶଗୁଡିକ ଗ୍ରହଣ।
- କୃଷକ ଏବଂ କୃଷି ଶ୍ରମିକଙ୍କ ଋଣ ଛାଡ଼ ।
- ୬୦ ବର୍ଷରୁ ଅଧିକ ଚାଷୀଙ୍କୁ ମାସିକ ୧୦ହଜାର ଟଙ୍କା ପେନସନ୍ ।
- ଅକ୍ଟୋବର ୨୦୨୧ ରେ ଲକ୍ଷ୍ମୀପୁର ଖେରୀ ହତ୍ୟାକାଣ୍ଡର ପୀଡ଼ିତଙ୍କୁ ନ୍ୟାୟ ।
- ଜମି ଅଧିଗ୍ରହଣ ଅଧିନିୟମ ୨୦୧୩ ପୁଣି ଥରେ କାର୍ଯ୍ୟକାରୀ ।
- ଦିଲ୍ଲୀରେ ହୋଇଥିବା ବିକ୍ଷୋଭରେ ପ୍ରାଣ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ଏବଂ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ।
- ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ରୁ ଭାରତକୁ ବାହାର । ସମସ୍ତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ପ୍ରତିବନ୍ଧକ ।
- ସମ୍ବିଧାନର ୫ମ ମ ସୂଚୀ କାର୍ଯ୍ୟକାରୀ କରାଯିବା ଉଚିତ ଯାହା ଦ୍ୱାରା ଆଦିବାସୀଙ୍କ ଜମି ସୁରକ୍ଷିତ ହୋଇପାରିବ।
- MNREGA ଅଧୀନରେ, ୧୦୦ ପରିବର୍ତ୍ତେ ପ୍ରତିବର୍ଷ ୨୦୦ ଦିନ ରୋଜଗାର । ଦୈନିକ ୭୦୦ ଟଙ୍କା ମଜୁରୀ ଏବଂ ଏହି ଯୋଜନା ଚାଷ ସହିତ ଜଡିତ କରିବା ।
- ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦ ରଦ୍ଦ ।
- ନକଲି ମଞ୍ଜି, କୀଟନାଶକ ଏବଂ ସାର ତିଆରି କରୁଥିବା କମ୍ପାନୀଗୁଡିକ ବିରୋଧରେ କଠୋର ଆଇନ ପ୍ରଣୟନ ।
- ଲଙ୍କା ଏବଂ ହଳଦୀ ଭଳି ମସଲା ପାଇଁ ଜାତୀୟ ଆୟୋଗ ଗଠନ ।

