ଆଖି ବୁଜିଲେ ପଶ୍ଚିମବଙ୍ଗ ରାଜନୀତିର ଚାଣକ୍ୟ ତଥା ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ମୁକୁଲ ରାୟ । ସେ ଗତ କିଛି ଦିନ ହେବ ହୃଦଘାତରେ ଶିକାର ହୋଇ ଚିକିତ୍ସିତ ହେଉଥିଲେ ।
ଗତକାଲି (ରବିବାର) ବିଳମ୍ବିତ ରାତିରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଆଜି (ସୋମବାର) ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ କାଞ୍ଚରାପଡ଼ା ସ୍ଥିତ ବାସଭବନକୁ ନିଆଯାଇଛି । ଏହା ପରେ, ହାଲିଶହର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।

