ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଅନନ୍ତ ଦାସଙ୍କ ପରିବାର

ଦିବଙ୍ଗତ ବିଜେଡି ନେତା ଅନନ୍ତ ଦାସଙ୍କ ପରିବାର ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ।  ଏନେଇ ତାଙ୍କ ପୁଅ ଅଭିଜିତ ଦାସ ସ୍ପଷ୍ଟ ସଙ୍କେତ ଦେଇଛନ୍ତି  ।

  ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସହ ଆଲୋଚନା ସରିଛି ଏବଂ ଖୁବ ଶୀଘ୍ର ସେ ବିଜେପିରେ ଔପଚାରିକ ଭାବେ ସାମିଲ ହେବେ ବୋଲି କହିଛନ୍ତି ।ବିଜେପିରେ ସାମିଲ ହେବା  ନେଇ  ନିର୍ବାଚନ ସମୟରେ  ନିଷ୍ପତ୍ତି ନେଇପାରିନଥିଲେ, କିନ୍ତୁ ଏବେ ବିଜେପିରେ ମିଶିବାକୁ ପୁରା ପରିବାର ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି ।

  ପ୍ରାୟ ଦୁଇ ବର୍ଷ ହେଲା  ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା କହିଛନ୍ତି । ଭୋଗରାଇର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ । ତେବେ ଏହି ଘୋଷଣା ପରେ ଭୋଗରାଇ ଓ ବାଲେଶ୍ୱର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି

Post Views41 Total Count

Apply Now


This will close in 0 seconds

error: Content is protected !!