ଜାଣନ୍ତୁ ଏଭଳି କାହିଁକି କହିଲେ ପୁରୀ ଏସପି

କଡ଼ ଲେଉଟାଇବ କି ବଳଙ୍ଗା କାଣ୍ଡ? ୟୁଟର୍ଣ୍ଣ ନେବ କି ଅତି ରହସ୍ୟଜନକ ଭାବେ ଏବଂ ନିଛାଟିଆ ସ୍ଥାନରେ ଜଳିପୋଡ଼ି ଦିଲ୍ଲୀ AIIMSରେ ନାବାଳିକା ପ୍ରାଣହାନୀ ମାମଲା? କାରଣ ମୃତ୍ୟୁ ପୂର୍ବରୁ ତଦନ୍ତକାରୀ ଟିମ୍ ଉପସ୍ଥିତିରେ ହସପିଟାଲରେ ହୋଇଥିବା ବୟାନ ରେକର୍ଡ ବେଳର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।ପୀଡ଼ିତାଙ୍କ କଥାରୁ ଜଣାପଡୁଛି, କିରୋସିନି ଢାଳି ନିଆଁ ଲଗାଇଥିବା ଦୁର୍ବୃତ୍ତ ବାଇକରେ ଆସିଥିଲେ। ମୁହଁରେ ରୁମାଲ ବନ୍ଧା ଅବସ୍ଥାରେ ଥିଲେ। ଫଳରେ ପୀଡ଼ିତା ତାଙ୍କୁ ଚିହ୍ନିପାରିନାହାନ୍ତି। ତେବେ ଏହି ଭାଇରାଲ୍ ଭିଡ଼ିଓଟି ଭୁବନେଶ୍ବର ନା ଦିଲ୍ଲୀ ଏମ୍ସର? କେଉଁ ସମୟରେ ବୟାନ ରେକର୍ଡ କରାଯାଇଥିଲା? ପୁରୀ ଏସପି କହିଛନ୍ତି, ଭିଡ଼ିଓଟି ପୀଡିତାଙ୍କୁ ପ୍ରଥମେ ଯେତେବେଳେ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା ସେଠାକାର ହୋଇଥାଇପାରେ। ପରେ କିନ୍ତୁ ଦିଲ୍ଲୀ ଏମ୍ସରେ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଥିଲା।

ଏବେ ବୟାନ ଭିଡିଓକୁ କିଏ ଓ କାହିଁକି ଭାଇରାଲ କଲା, ସାଇବର ଟିମ୍ ଓ କ୍ରାଇମବ୍ରାଞ୍ଚ ସହଯୋଗରେ ଅନୁସନ୍ଧାନ କରାଯାଉଛି। ବଳଙ୍ଗା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ। କେବଳ କିଛି ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Post Views16 Total Count

Apply Now


This will close in 0 seconds

error: Content is protected !!