କେନ୍ଦ୍ର ବଜେଟରେ ଓଡିଶା, ମିଳିଛି ୯ ହଜାର ୧୭୬ କୋଟି

ଗତବର୍ଷ ତୁଳନାରେ ବଢ଼ିଲା ବଜେଟର କାୟାକଳ୍ପ । ୨୦୨୪-୨୫ ବଜେଟରେ ଓଡ଼ିଶାକୁ ମିଳିଥିଲା ୫୫ ହଜାର ୨୩୨ କୋଟି ଟଙ୍କା । ୨୦୨୫-୨୬ ବର୍ଷ ପାଇଁ ମିଳିଛି ୬୪ ହଜାର ୪୦୮ କୋଟି । ଯାହା ଗତବର୍ଷ ତୁଳନାରେ ୯ ହଜାର ୧୭୬ କୋଟି ଟଙ୍କା ଅଧିକ । ବଜେଟ ଘୋଷଣା ପରେ ଏହାକୁ ବିକାଶମୁଖୀ ବଜେଟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହି ବର୍ଦ୍ଧିତ ରାଶିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିନିଯୋଗ କରିପାରିବେ । ’ଧନଧାନ୍ୟ ଯୋଜନା’ରେ ଓଡ଼ିଶା ଚାଷୀ ମଧ୍ୟ ଉପକୃତ ହେବେ । ଏହା ରାଜ୍ୟର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କିଷାନ କ୍ରେଡିଟ କାର୍ଡ ଚାଷୀଙ୍କୁ ନଗଦ ଚାଷୀ ଯୋଗାଇବାକୁ ସହଯୋଗ କରିବ । ଆବାସ ଯୋଜନାରେ ମଧ୍ୟ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିବାରୁ ଚଳିତ ବର୍ଷ ଗରିବଙ୍କୁ ରେକର୍ଡ ସଂଖ୍ୟକ ଘର ଯୋଗାଇବାକୁ ଟାର୍ଗେଟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Post Views15 Total Count

Apply Now


This will close in 0 seconds

error: Content is protected !!