ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି

ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି ବିତାଇବେ।

ଜିଲ୍ଲା ଗସ୍ତ ବେଳେ ସଚିବମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁବନ୍ଧ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ ଭଳି ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ ।

ତା ସହ ଆଦିବାସୀ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ ସଚିବମାନେ ଆଲୋଚନା କରିବେ। ପୂର୍ବରୁ ସଚିବମାନଙ୍କ ଜିଲ୍ଲା ଗସ୍ତ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା । ଗତକାଲି ଉନ୍ନୟନ କମିଶନର ଅନୁ ଗର୍ଗ ପୁଣି ଏକ ଚିଠି କରି ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିଛନ୍ତି ।

Post Views14 Total Count

Apply Now


This will close in 0 seconds

error: Content is protected !!