ମଣିପୁରରେ କୁକି ସମ୍ପ୍ରଦାୟର ୩ ମୃତ

ମଣିପୁରରେ ହିଂସାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଉଖରୁଲ ଜିଲ୍ଲାର ଥୋୱାଇ କୁକି ଗ୍ରାମରେ ଗ୍ରାମବାସୀ ଏବଂ କିଛି ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ପୁଲିସ ଅନୁଯାୟୀ କିଛି ସଶସ୍ତ୍ର ବ୍ୟକ୍ତି ଗାଁକୁ ଘେରି ଯାଇଥିଲେ ଏବଂ ସୁରକ୍ଷା ଦାୟିତ୍ବରେ ଥିବା ସ୍ବେଚ୍ଛାସେବୀଙ୍କୁ ଉପରକୁ ଗୁଳି ଚଳାଇଥିଲେ।

ଫଳରେ ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ପୁଣି ଜାତିଆଣ ହିଂସା ବଢ଼ିବା ଆଶଙ୍କା କରାଯାଉଛି। ଆକ୍ରମଣକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି।

ସୁରକ୍ଷା ବ୍ୟବସ୍ଥା ତତ୍କାଳ କଡ଼ାକଡ଼ି କରାଯିବା ସହ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି କୁକି ସମ୍ପ୍ରଦାୟର ହୋଇଥିବା ବେଳେ ଏହି ଘଟଣା ପରେ ସଂପ୍ରଦାୟ ପକ୍ଷରୁ ତତ୍କାଳ ଏକ ବୈଠକ ଡକାଯାଇ ପୁଲିସ ପ୍ରଶାସନ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!