ଖୋଲିଲା ଦେଶର ପ୍ରଥମ ଥ୍ରି ଡି ପ୍ରିଣ୍ଟେଡ୍ ଡାକଘର

ବେଙ୍ଗାଲୁରୁଠାରେ ଥ୍ରି ଡି ପ୍ରିଣ୍ଟେଡ ଡାକଘର କେନ୍ଦ୍ରମନ୍ତ୍ରୀ ଆଜି ଉଦ୍ଘାଟନ ହୋଇଛି। ସହରର କେମ୍ବ୍ରିଜ୍ ଲେଆଉଟ୍ ଠାରେ ନିର୍ମାଣ ହୋଇଥିବା ଉକ୍ତ ଥ୍ରି ଡି ଡାକଘରକୁ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି।

ପାରମ୍ପରିକ ଉପାୟରେ ଏପରି କୋଠା ନିର୍ମାଣକୁ ସାଧାରଣତଃ ୬ରୁ ୮ ମାସ ଲାଗିଥାଏ। କିନ୍ତୁ ନୂଆ ପ୍ରଯୁକ୍ତିରେ ଉକ୍ତ କୋଠାକୁ ୪୫ ଦିନରେ ନିର୍ମାଣ କରାଯାଇଛି।

ଏହାଦ୍ବାରା ଉଭୟ ଅର୍ଥ ଏବଂ ସମୟ ସଂଚୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ପ୍ରଯୁକ୍ତିରେ ଉକ୍ତ ନିର୍ମାଣକୁ ପ୍ରଶଂସା କରିଛନ୍ତି। ଏହା ଆମ ଦେଶର ଅଭିନବ ତଥା ପ୍ରଗତିର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତ୍ମନିର୍ଭରଶୀଳ ଭାରତର ଆତ୍ମାକୁ ଏହା ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

୧୦୨୧ ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି କୋଠାର ନିର୍ମାଣ ହୋଇଛି। ଡାକ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଉକ୍ତ କୋଠାର ନିର୍ମାଣ କାର୍ଯ୍ୟ ଲାର୍ସନ ଆଣ୍ଡ ଟୁର୍ବୋ ଦ୍ବାରା ହୋଇଥିବାବେଳେ ବୈଷୟିକ ସହାୟତା ଆଇଆଇଟି ମାଡ୍ରାସ ପ୍ରଦାନ କରିଛି।ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ଅବସରରେ କହିଛନ୍ତି, ନୂଆ ନିର୍ମାଣ ପ୍ରଯୁକ୍ତି ଥ୍ରି ଡି କଂକ୍ରିଟ୍ ପ୍ରିଣ୍ଟିଂ ଟେକ୍ନୋଲୋଜି ଜରିଆରେ ହୋଇଛି। ଏହା ସଂପୂର୍ଣ୍ଣ ଭାବେ ଏକ ସ୍ବୟଂକ୍ରିୟ କୋଠା ନିର୍ମାଣ ପ୍ରଯୁକ୍ତି। ଏଥିରେ କଂକ୍ରିଟକୁ ସ୍ତର ପରେ ସ୍ତର ଡିଜାଇନ ଅନୁସାରେ ରଖାଯାଇଥାଏ।

Post Views55 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!