ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଥିବା ବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଡେଙ୍ଗୁ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି।
ଧୀରେ ଧୀରେ ସେ ସୁସ୍ଥ ହେଉଥିବା ବେଳେ ପ୍ଲେଟଲେଟ୍ରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି।
ଗତ ଶନିବାରଠୁ ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଆହୁରି ୨ ଦିନ ସେ ମେଡିକାଲରେ ରହିବେ ବୋଲି ଜଣାଯାଇଛି ।
ଆଜି ମେଡିକାଲ ଯାଇ ପ୍ରଦୀପ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଡିଓ ଉପାଧ୍ୟକ୍ଷ ଓ ଖୋର୍ଦ୍ଧା ଜିଲ୍ଲାପାଳ ।

