ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଆଜି ଭେର ସମୟରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ଥିବା ନାକଚଣା ଦ୍ୱାର ନିକଟ ଅଳିଆ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଆଜି ଭୋର୍ ସମୟରେ କେହି ଦୁର୍ବୃତ୍ତ ଏହି ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।
ସୂଚନା ଅନୁସାରେ ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।ନିଆଁ ଲାଗି ନଷ୍ଟ ହୋଇଛି ଦଶରୁ ଉର୍ଦ୍ଧ୍ବ ଫାଇବର ବାରିକେଡ ବି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହା ଫଳରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ନିଆଁ ଓ ଧୂଆଁମୟ ହୋଇଥିଲା। ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

