ସାବଧାନ ହୋଇଯାଆନ୍ତୁ ଆଣ୍ଡ୍ରଏଡ ଫୋନ ବ୍ଯବହାରୀକାରୀ ସାବଧାନ । ହ୍ଯାକ ହୋଇପାରେ ଆପଣଙ୍କ ମୋବାଇଲ ଫୋନରେ ଥିବା ସମ୍ପୂର୍ଣ୍ଣ ତଥ୍ୟ । ଏନେଇ କେନ୍ଦ୍ର ସରକାରଙ୍କ ସାଇବର ନିରାପତ୍ତା ସଂସ୍ଥା କମ୍ପ୍ୟୁଟର ଏମର୍ଜେନସି ରେସପନ୍ସ ଟିମ୍ ବା CERT-In ପକ୍ଷରୁ ଜାରି କରାଯାଇଛି ସତର୍କତା । ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମରେ ତଥ୍ଯ ହ୍ଯାକ ଲାଗି ବ୍ୟାପକ ଦୁର୍ବଳତା ରହିଛି ବୋଲି କହିଛି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସିଇଆରଟି । ତେବେ ହ୍ୟାକରମାନଙ୍କଠାରୁ କିପରି ସୁରକ୍ଷିତ ରହିବେ ସେଥିଲାଗି ଗାଇଡ ଲାଇନ ଜାରି କରିଛି ସିଇଆରଟି । ତାହା ହେଲା- ଡିଭାଇସକୁ ଅପଡେଟ କରିବେ । ଡିଭାଇସ ପ୍ରସ୍ତୁତକାରୀ ବା ଓଇଏମ ଦ୍ବାରା ଉପଲବ୍ଧ ସିକ୍ଯୁରିଟି ଅପଡେଟ ଓ ପ୍ଯାଚଗୁଡିକ ଲାଗି ଆବେଦନ କରିବେ । ଆଣ୍ଡ୍ରଏଡ ଫୋନରେ କଣ କଣ ଦୁର୍ବଳତା ରହିଛି ତାହା ଜାଣିବା ଲାଗି ଏହି ଅପଡେଟ ସହାୟକ ହେବ ।
Related Posts
ଯନ୍ତ୍ରଣା କମୁନି: ପଞ୍ଚମ ଦିନରେ ବି ୫୦୦ରୁ ଅଧିକ ବିମାନ ବାତିଲ
ଏୟାରଲାଇନ୍ସର ବିମାନ ବାତିଲ ଜାରି ରହିଛି। ଶନିବାର ଦେଶର ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଏଥିରେ…
ନିର୍ବାଚନୀ ପ୍ରତିଶ୍ରୁତି; ଚାଷୀ ପୁଅକୁ ବିବାହ କଲେ ମିଳିବ ୨ଲକ୍ଷ
ନିର୍ବାଚନ ଆସିଲେ ଭୋଟ୍ ପାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତିର ଲାଇନ ଲାଗିଯାଏ ।ଜନସାଧାରଣଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଓସ୍ତାଦ…
ଯୋଗୀ ସରକାରରେ ଅପରାଧୀଙ୍କୁ ଏନକାଉଣ୍ଟର ଦଣ୍ଡ; ବିକାଶ ଦୁବେରୁ ଆସାଦ ଅହମ୍ମଦ
ଉମେଶ ପାଲ ଏବଂ ତାଙ୍କର ଦୁଇ ବନ୍ଧୁକଧାରୀଙ୍କ ସୁରକ୍ଷାକର୍ମୀଙ୍କ ହତ୍ୟା ପରେ ସିଏମ ଯୋଗୀ ଆଦିତ୍ୟନାଥ ବିଧାନସଭାରେ କହିଥିଲେ ଯେ…

