ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ “ଲାଭ” ଯୋଜନାର ଶୁଭାରମ୍ଭ

ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ “ଲାଭ” ଯୋଜନାର ଶୁଭାରମ୍ଭ ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମ୍ମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଯୋଜନାର ଶୁଭାରମ୍ଭ।
ଉପଜିଲ୍ଲାପାଳ ଡକ୍ଟର ରୀନା ପ୍ରଧାନ ସବୁଜ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏସଏଚଜି ମହିଳାମାନଙ୍କୁ ଏହି ଯୋଜନା ସମ୍ପର୍କ ଅବଗତ କରାଯାଇଛି। ମହିଳାମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଲକ୍ଷ୍ୟ। ଚଳିତ ବର୍ଷ ଆଦିବାସୀ ଭାଇ ଭଉଣୀ ମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ କ୍ରୟ ନିମନ୍ତେ ସରକାର ନିଜସ୍ବ ଶତ ପ୍ରତିଶତ ଯୋଜନା “ଲାଭ” ପ୍ରଚଳନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ବନ ସୁରକ୍ଷା ସମିତି,ବନ ଧନ ବିକାଶ କେନ୍ଦ୍ର ଇତ୍ୟାଦି ମାନଙ୍କୁ ପ୍ରାଥମିକ କ୍ରୟ ସଂସ୍ଥା ରୂପେ ନିୟୋଜନ କରାଯିବ। ଅନଲାଇନ୍ L-PASS ମାଧ୍ୟମରେ ଆଦିବାସୀ ଓ ସ୍ଥାନୀୟ ସଂଗ୍ରହକାରୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରାଯିବ। ସଂଗ୍ରହକାରୀଙ୍କ ଉଚିତ୍ ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପଜିଲ୍ଲାପାଳ ଓ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!