ଲୋକ ସଭା ନିର୍ବାଚନରେ ୩୩% ଆସନରେ ମହିଳା ପ୍ରାର୍ଥୀ ଦେବ ବିଜେଡି

ଓଡ଼ିଶାର ୭୦ ଲକ୍ଷରୁ ଅଧିକ ସାଧାରଣ ମହିଳାମାନଙ୍କୁ ଉଦ୍ୟୋଗୀର ପରିଚୟ ଦେବା କିଛି କମ୍ ଆହ୍ବାନପୂର୍ଣ୍ଣ ନ ଥିଲା। କିନ୍ତୁ ନାରୀମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ପଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପାଦକୁ କୌଣସି ଆହ୍ବାନ ରୋକିପାରି ନ ଥିଲା। ଗତ ଲୋକ ସଭା ନିର୍ବାଚନରେ ବିଜେଡି ୩୩% ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଆଗାମୀ ଲୋକ ସଭା ନିର୍ବାଚନରେ ମଧ୍ୟ ୩୩% ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
ଶୁକ୍ରବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେଇ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜ ସରକାର ଏବଂ ଦଳରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଆସିଛନ୍ତି। ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯାନ ବିଜୁ ଜନତା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି। ଏହି ଆନ୍ଦୋଳନର ପ୍ରଭାବ ଆଜି ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଉପଲବ୍ଧିକୁ ଦେଖିଲେ ସ୍ପଷ୍ଟ ହୋଇଯିବ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଦାବି କରିଥିଲେ। ଓଡ଼ିଶାର ମା’ ମାନେ କିପରି ଆଗକୁ ଯିବେ ସେଥିପାଇଁ ସେ ଚିନ୍ତିତ ଥିଲେ। ଅନେକ ଲୋକଙ୍କ ବିରୋଧ ପାଇଁ ଏହି ବିଲ୍ ପାରିତ ହେବାରେ ବିଳମ୍ବ ହେଲା। ବିଜେଡିରେ ଅଧିକରୁ ଅଧିକ ମହିଳାଙ୍କୁ ଟିକଟ ଦେଇ ଜିତାଇବାକୁ ନିର୍ଦ୍ଦେଶ ଦେଲେ। ତାଙ୍କର ଏହି ଉଦ୍ୟମ ହିଁ ବିଜୁ ଜନତା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତିତ କରିଛି ବୋଲି ପାଣ୍ଡିଆନ୍ କହିଛନ୍ତ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!