ଜହର ପାଲଟିଛି ଦୟା ନଦୀ !

ଜହର ପାଲଟିଛି ଦୟା ନଦୀ । ସତେ ଯେମିତି ମୃତ୍ୟୁକୁ ଅପେକ୍ଷା କରି ରହିଛି । ଜଣକ ପରେ ଜଣେ ଚାରି ଗୋଟି ଜୀବନ ନେଇଗଲାଣି ଦୟା ନଦୀର ଦୂଷିତ ଜଳ । ଘାତକ ସାଜି ଘାଇଲା କରି ପକାଇଲାଣି ପୁରୀ ଜିଲ୍ଲା କଣାସ ବ୍ଳକ ଗଡ଼ିଶାଗୋଦା ପଂଚାୟତର ଜାଗୁଳାଇ ପଦର ଗାଁକୁ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ହସ୍ପିଟାଲରୁ ଫେରିବା ପରେ ପୁଣି ହେଉଛନ୍ତି ଆକ୍ରାନ୍ତ । ଦୁଇଟି ଆମ୍ବୁଲାନ୍ସରେ ହସ୍ପିଟାଲକୁ ବୁହା ହେଉଛନ୍ତି ରୋଗୀ । ସେପଟେ ଦୟା ନଦୀ ପାଣି ବ୍ୟବହାର ନ କରିବାକୁ ଘଣ୍ଟ ବଜାଇ ସଚେତନତା, ଟ୍ୟାଙ୍କରରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ପାଣି ।

ଅନ୍ୟପଟେ ଦୟା ସୁରକ୍ଷା ଅଭିଯାନ ତରଫରୁ ପୁରୀ ଜିଲ୍ଲା ପାଳଙ୍କ ବିରୋଧରେ କଣାସ ଥାନାରେ ମାମଲା। ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି ମାମଲା ଦାୟର କରିଛନ୍ତି। ଜିଲ୍ଲାପାଳଙ୍କ ଅବହେଳା ପାଇଁ ଦୟାନଦୀ କୂଳରେ ଥିବା କଣାସ ବ୍ଲକରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଦୟା ନଦୀରେ ଗଙ୍ଗୁଆ ଜଳ ମିଶି ଜଳ ବିଷ ପାଲଟିଥିବା ବେଳେ ତଳିଆ ଅଞ୍ଚଳର ଲୋକେ ମାନେ ଏହାକୁ ବ୍ୟବହାର କରୁଛନ୍ତି ଓ ବିଭିନ୍ନ ଚାଷ କାର୍ଯ୍ୟରେ ଲଗାଉଛନ୍ତି । ଫଳରେ ଲୋକମାନେ ମୃତ୍ୟୁ ମୁଖରେ ପଡୁଥିବା ନେଇ ଜିଲ୍ଲାପାଳଙ୍କୁ ଅନେକ ଥର ଅବଗତ କରାଯାଇଥିବା ସତ୍ତ୍ବେ ମଧ୍ୟ ସେ ଏହାର କୌଣସି ପ୍ରତିକାର କରିନଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ଅବହେଳା ପାଇଁ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି ଦର୍ଶାଇ କଣାସ ଥାନାରେ ଲିଖିତ ଏଫଆଇଆର ଦାଖଲ କରାଯାଇଥିବା ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ।

Post Views29 Total Count

Apply Now


This will close in 0 seconds

error: Content is protected !!