ପାଠାରୁ ଭିନ୍ନେ ହୋଇଥିବା ପୁଅ ବି ପାଇବ ଆବାସ । ସ୍ୱାମୀଠାରୁ ଅଲଗା ରହୁଥିଲେ ବି ଆବାସ ପାଇଁ ଆବେଦନ କରିପାରିବେ ସ୍ତ୍ରୀ। ଖାଲି ସେତିକି ନୁହେଁ ଘରେ ମଟର ସାଇକେଲ ଓ ଫ୍ରିଜ୍ ଥିଲେ ବି ମିଳିବ ଆବାସ। ଏମିତି କିଛି କୋହଳ ମାନଦଣ୍ଡ ସହ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ସର୍ଭେ। ଆସନ୍ତା ୨୪ରୁ ଉଭୟ ଅଫଲାଇନ ଏବଂ ଅନଲାଇନ ସର୍ଭେ ଆରମ୍ଭ କରି ୨ ମାସରେ ସର୍ଭେ ସାରିବାକୁ ଲକ୍ଷ୍ୟ ରଖିଛି ପଞ୍ଚାୟତିରାଜ ବିଭାଗ ।
୨୪ରୁ ଆବାସ ସର୍ଭେ । ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ । କୋହଳ ହେଲା ମାନଦଣ୍ଡ । ମୋଟର ସାଇକେଲ ଏବଂ ଫ୍ରିଜ୍ ଥିଲେ ବି ହୋଇପାରିବେ ସାମିଲ । ଗରିବକୁ ପକ୍କାଘର ଦେବାକୁ ନୂଆ ସର୍ଭେ କରିବେ ନୂଆ ସରକାର । ଆସନ୍ତା ୨୪ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର । ଏହା ପରେ ଆବାସ ଆଶାୟୀ ଅନଲାଇନରେ ସାଇଟ୍କୁ ଯାଇ କିମ୍ବା ମୋବାଇଲରେ ଆପ୍ ଜରିଆରେ ଆବେଦନ କରିପାରିବେ । ଅଫଲାଇନରେ ପଞ୍ଚାୟତ ଅଫିସକୁ ଯାଇ ଫର୍ମ ଜରିଆରେ ଆବେଦନ କରିବାକୁ ହେବ ।

