ଭୂମିକମ୍ପକୁ ନେଇ ପାଞ୍ଜିରେ ଭବିଷ୍ୟବାଣୀ !

ପାଞ୍ଜି ଭବିଷ୍ୟବାଣୀକୁ ନେଇ ବଢିଲା ଚର୍ଚ୍ଚା। ବାତ୍ୟା ଦାନା ପରେ ପାଞ୍ଜିରେ ଓଡ଼ିଶାକୁ ନେଇ ଅଛି ବଡ ବର୍ଣ୍ଣନା। ନଭେମ୍ବରରୁ ଡିସେମ୍ବର ମାସ ଓଡ଼ିଶା ପାଇଁ ଅଶୁଭ ପାଲଟିପାରେ। ଏହି ସମୟରେ ଭୂକମ୍ପକୁ ସାମ୍ନା କରିପାରେ ଓଡ଼ିଶା। ଯାହା ବାବଦରେ ଖଡୀରତ୍ନ ପଞ୍ଜିକାରେ ରହିଛି ଉଲ୍ଲେଖ। କିନ୍ତୁ ବୈଜ୍ଞାନିକ ତଥ୍ୟ କହୁଛି ଭୂମିକମ୍ପର ଆଗୁଆ ଆକଳନ ଅସମ୍ଭବ ବ୍ୟାପାର। 

ପାଞ୍ଜି ଗଣନାକୁ ଅନେକ ବିଶ୍ୱାସ କରନ୍ତି । ସେଥିପାଇଁ ଗାଁ ଗାଁରେ ପାଞ୍ଜି ପଢାଯାଏ । ଯେଉଁଥିରେ ଗୋଟିଏ ବର୍ଷର ଭଲ, ମନ୍ଦ, ବିପର୍ଯ୍ୟୟ, ବିପତ୍ତି ବାବଦରେ ଉଲ୍ଲେଖ ରହିଥାଏ । ସେହିପରି ବାତ୍ୟା ଦାନା ପରେ ପୁଣିଥରେ ଏବେ ଚର୍ଚ୍ଚାକୁ ଆସିଛି ପାଞ୍ଜି ଭବିଷ୍ୟବାଣୀ । ଖଡୀରତ୍ନ ପାଞ୍ଜି ଅନୁସାରେ, ନଭେମ୍ବରରେ ଲଘୁଚାପ ବୃଷ୍ଟି ସହ ଭୂମିକମ୍ପର ସାମ୍ନା କରିପାରେ ଓଡ଼ିଶା। 

ନଭେମ୍ବର ୧୭ରୁ ଡିସେମ୍ବର ୧୫ ଭିତରେ ଓଡ଼ିଶା ପାଇଁ ରହିଛି ବିପଦ !-   ଏହି ସମୟରେ ଭୂମିକମ୍ପ ହେବାର ସମ୍ଭାବନା ଥିବା ଉଲ୍ଲେଖ ରହିଛି ।  ପାଞ୍ଚ ଶନିବାର ଓ ପାଞ୍ଚ ରବିବାର ପଡୁଥିବାରୁ ପାଞ୍ଜି ଗଣନାରେ ଏମିତି ଉଲ୍ଲେଖ ରହିଛି  ।    ଓଡ଼ିଶା ସମେତ ଆସାମ, ମେଘାଳୟ, ପଶ୍ଚିମବଙ୍ଗରେ ଭୂମିକମ୍ପରେ ବହୁ କ୍ଷୟକ୍ଷତି ନେଇ ପାଞ୍ଜିରେ ବର୍ଣ୍ଣିତ ହୋଇଛି ।

ସରକାରଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାର ୧୪ଟି ଜିଲ୍ଲା ଭୂମିକମ୍ପ ପ୍ରବଣ। ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଦ୍ବାରା ପ୍ରସ୍ତୁତ ଭୂକମ୍ପ ମାନଚିତ୍ରରେ, ଓଡ଼ିଶାର ଉପକୂଳ ଅଞ୍ଚଳ ସେସମିକ ଜୋନ୍-୩ରେ ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବାଲେଶ୍ବର ଓ ମୟୂରଭଞ୍ଜ ଭୂମିକମ୍ପ ପ୍ରବଣ ଜିଲ୍ଲା ଭାବେ ପରିଚିତ । ପୂର୍ବରୁ ଭୁସ୍ଖଳନର ସାକ୍ଷୀ ମଧ୍ୟ ରହିଛି ଗଜପତି ଜିଲ୍ଲା । ଭୂକମ୍ପ ପରେ ଭାରତ ମହାସାଗରରେ ଆସିଥିବା ସୁନାମୀ ଶେଷ ଥର ପାଇଁ ୨୦୦୪ ଡିସେମ୍ବର ୨୬ରେ ଓଡ଼ିଶା ଉପକୂଳକୁ ପ୍ରଭାବିତ କରିଥିଲା । ତେଣୁ ପାଞ୍ଜି ଗଣନା ସାମ୍ନାକୁ ଆସିବା ପରେ ଭୂକମ୍ପକୁ ନେଇ ଭୟ ବଢିଛି । 

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!