କ୍ରୀଡା ଭିତ୍ତିଭୂମି ବିକାଶର ନୂଆ ଅଧ୍ୟାୟ । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଓ ଇଣ୍ଡୋର ଆକ୍ବାଟିକ ସେଣ୍ଟର। ଏହା ସହ ଇଣ୍ଡୋର ଡାଇଭିଂ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ପ୍ରତିଷ୍ଠା ହେବା ଯୋଗୁ ଇଣ୍ଡୋର କଣ୍ଟିନେଣ୍ଟାଲ ଓ ରିଜିଓନାଲ ଚାମ୍ପିଅନସିପ ଆୟୋଜନ ହୋଇପାରିବ। ଓଡିଶା ରିଲାଏନସ ଫାଉଣ୍ଡେସନ ଆଥଲେଟିସ୍କ ହାଇପରଫର୍ମାନସ ସେଣ୍ଟର ଲାଗି ଏହା ପ୍ରଶିକ୍ଷଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହି ସେଣ୍ଟରରେ ୧୦ ହଜାର ବର୍ଗ ମିଟର ଟ୍ରାକ ରହିଛି। ଇଣ୍ଡୋର ଆକ୍ବାଟିକ ସେଣ୍ଟରରେ ରହିଛି ତାପନିୟନ୍ତ୍ରିତ ୫୦ ମିଟର ଅଲିମ୍ବିକ ସାଇଜ ସୁଇମିଂ ପୁଲ୍ ଓ ୨୫ ମିଟର ୱାର୍ମ ଅପ ପୁଲ। ଏହା ସହ ୧ ହଜାର ଦର୍ଶକଙ୍କ ଲାଗି ବ୍ଯବସ୍ଥା ବି ରହିଛି। ଶିଳାନ୍ଯାସ ହୋଇଥିବା ଡାଇଭିଂ ସେଣ୍ଟରରେ ତାପ ନିୟନ୍ତ୍ରିତ ୨୫ ମିଟରର ଡାଇଭିଂ ପୁଲ। ଏଥିରେ ୫ଶହ ଦର୍ଶକ ବସିବାର ବ୍ଯବସ୍ଥା ରହିଛି। ମୁଖ୍ଯମନ୍ତ୍ରୀ କହିଛନ୍ତି- ବର୍ଷ ସାରା ଖେଳାଳିଙ୍କୁ ତାଲିମ ଦେବା କ୍ଷେତ୍ରରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଉପସ୍ଥିତ ଥିଲେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
Related Posts
ଜୁଲିୟନ ୱେବରଙ୍କୁ ହରାଇ ଜିତିଲେ ପ୍ୟାରିସ୍ ଡାଇମଣ୍ଡ ଲିଗ୍
ବିଦେଶ ମାଟିରେ ଉଡିଲା ତ୍ରିରଙ୍ଗା । ଇତିହାସ ରଚିଲେ ଦେଶର ଷ୍ଟାର ଜାଭଲିନ୍ ଫିଙ୍ଗାଳୀ ନୀରଜ ଚୋପ୍ରା । ବଡ଼…
ଭାରତୀୟ ଟିମ୍କୁ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍କୁ ରାଷ୍ଟ୍ରପତି ଦ୍ରୌପଦୀ…
ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ଚମ୍ପିୟାନ ହେଲା ଭାରତ
ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ଚମ୍ପିୟାନ ହେଲା ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ହାତେଇଲା…


