ବଲାଙ୍ଗିରବାସୀଙ୍କୁ ୩୦୫ କୋଟିର ପ୍ରକଳ୍ପ ନୂଆବର୍ଷ ଭେଟି

ବଲାଙ୍ଗିରର ଜୀବନରେଖା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ପାନୀୟ ଜଳଯୋଗାଣ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ। ଜିଲ୍ଲାର ଟିଟିଲାଗଡ଼, ଆଗଲପୁର, ଦେଓଗାଁ, ଲୋଇସିଂହା, ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ଼ ଭଳି ୭ଟି ବ୍ଲକ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ସେହିପରି ୧୭ କୋଟି ୨୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଟିଟିଲାଗଡ଼ଠାରେ ଉପଖଣ୍ଡ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ଏହାସହ କଣ୍ଟାବାଞ୍ଜି ଚିକିତ୍ସାଳୟରେ ଔଷଧ ପଣ୍ୟାଗାର ଓ ସିଏଚ୍ସିର ପ୍ରଶାସନିକ କୋଠାର ବି ଉଦ୍ଘାଟନ ହେବ। ପାଟଣାଗଡ଼ ଧଣ୍ଡାମୁଣ୍ଡାସ୍ଥିତ ପ୍ରାଥମିକ ଚିକିତ୍ସାଳୟରେ ଡେ କେୟାର ବିଲ୍ଡିଂ ଓ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ମେଡିସିନ୍ ୱାର୍ଡ, ୱେଟିଙ୍ଗ ହଲ ଓ ମଡ୍ୟୁଲାର୍ କିଚେନ ବିଲ୍ଡିଂର ଉଦ୍ଘାଟନ କରିବେ।
ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିବହନ, ଗମନାଗମନ ଭଳି ବିଭିନ୍ନ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପକୁ ଉଦ୍ଘାଟନ କରିବା ସହ ଆହୁରି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ଆବାଳ ବୃଦ୍ଧବନିତା ବୁଧବାର ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ମୁଖ୍ୟମନ୍ତ୍ରୀ ୩୦୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ କରିବେ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!