ସାବାସ୍ କଲେକ୍ଟର ବାବୁ, ପାମ୍ପଡ ଖାଇଲେ ସାଇକେଲ ଦେଲେ!

ସାବାସ୍ କଲେକ୍ଟର ବାବୁ । ଏବେ ଏମିତି କିଛି ଚର୍ଚ୍ଚା ହେଉଛି କେନ୍ଦ୍ରାପଡା ଜିଲ୍ଲାରେ । ଯେଉଁଠି ଦେଖିବ ସେଇଠି କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପ୍ରଶଂସା । କେନ୍ଦ୍ରାପଡାର କଲେକ୍ଟର ନୁହଁ ବରଂ ଘରେ ଘରେ ସୁନା ପୁଅ ଭାବେ ବେଶ୍ ଚର୍ଚ୍ଚିତ ଆଇଏସ୍ ଅମ୍ରତି ଋତୁରାଜ । ଜିଲ୍ଲାବାସିଙ୍କ ଦୁଃଖ କଷ୍ଟବୁଝିବା ସହ ନିଜେ ବ୍ଲକ ଗୁଡିକ ବୋଲି ସମସ୍ୟାର ନିରକ୍ଷଣ କରନ୍ତି ।

ତେବେ ନିକଟରେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜିଲ୍ଲାପାଳ ମହୋଦୟ ଜଣେ ବୃଦ୍ଧ ମଉସାଙ୍କ ଠାରୁ ପାମ୍ପଡ କିଣି ଖାଉଥିବାର ନଜର ଆସିଥିଲେ । ଖବର ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଗରଦପୁର ବ୍ଲକ ସମ୍ମୁଖରେ ବୁଢା ମଉସା ଜଣଙ୍କ ପାମ୍ପଡ଼ ବିକନ୍ତି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ଉପଜିଲ୍ଲାପାଳ ଓ ଗରଦପୁର ବିଡ଼ିଓଙ୍କ ସହ କୌଣସି କାମରେ ଯାଉଥିବା ବେଳେ ବୁଢା ମଉସାଙ୍କ ଉପରେ ତାଙ୍କ ନଜର ପଡିଥିଲା ।

ବୁଢା ମଉସା ଏକ ଭଙ୍ଗା ସାଇକେଲରେ କିଛି ପାମ୍ପଡ ଓ ଆଚାର ବିକ୍ରି କରୁଥିଲେ । ନିଜ ଗାଡିରୁ ଓହ୍ଲାଇ ଜିଲ୍ଲାପାଳ ସେଠାରେ ପହଞ୍ଚି ମଉସାଙ୍କ ଠାରୁ ପାମ୍ପଡ କିଣୀ ଖାଇଥିଲେ ଏବଂ ମଉସାଙ୍କ ସମସ୍ୟ ବୁଝି ତାଙ୍କୁ ତୁରନ୍ତ ଏକ ନୂଆ ସାଇକେଲ କିଣିଦେବାର ବ୍ୟବସ୍ଥା କରିଥିଲେ ।

ଯାହା ପରେ ମଉସା ଖୁସିରେ କାନ୍ଦିପକାଇଥିଲେ । ପରେ ମଉସାଙ୍କୁ ବୁଝାଇ ସାଇକେଲ କିଣାଇଦେବାକୁ ତାଙ୍କ କର୍ମଚାରୀଙ୍କୁ କହିଥିଲେ ଜିଲ୍ଲାପାଳ ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!