ବୋରଓ୍ବେଲରୁ ଉଦ୍ଧାର ବିଜୟିନୀର ବାପା ମାଆ ଠାବ

ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀର ବାପା ମାଆଙ୍କୁ ଠାବ କଲା ପୋଲିସ। ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। ବିଜୟିନୀ ତାଙ୍କ ଝିଅ ବୋଲି ସେ ମାନିଛନ୍ତି । ବାପା, ମାଆ ସ୍ଥାନୀୟ ଅଞ୍ଚଳର ଓ ଶ୍ରମିକ ଶ୍ରେଣୀର ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି। ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଥିଲା । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳ ଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିଥିଲେ ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!