ପିପୁଲ୍ସ ଆଇପିଏସ ଅରୁଣ ଷଡ଼ଙ୍ଗୀ

ପିପୁଲ୍ସ ଆଇପିଏସ ଅରୁଣ ଷଡ଼ଙ୍ଗୀ

() କିଏ ତାଙ୍କୁ କହେ ପିପୁଲ୍ସ ଆଇପିଏସ ଆଉ କିଏ କହେ ଦବଙ୍ଗ ଅଫିସର । ଅପରାଧୀଙ୍କ ପାଇଁ ଆଟାକିଂ ଆଉ ଶୃଙ୍ଖଳିତଙ୍କ ପାଇଁ ସପ୍ଟ ହାର୍ଟ । ଓଡ଼ିଶାର ଶାନ୍ତିଶୃଙ୍ଖଳାକୁ ବଜାୟ ରଖି ଅପରାଧ ନିୟନ୍ତ୍ରଣ କରିବାରେ ସିଏ ସିଦ୍ଧହସ୍ତ । ଏସଡିପିଓରୁ ଏସପି ଏବଂ ଆଇନଶୃଙ୍ଖଳା ଆଇଜି ଭାବେ ଆଇନର ଶାସନକୁ ଆଇନ ବାଟରେ ନେବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ଓଡ଼ିଶାକୁ କ୍ଲିନ କ୍ରାଇମ କରିବା ମନ୍ତ୍ରରେ ଦୀକ୍ଷିତ ସେହି ଆଇପିଏସ ଅଫିସର ହେଉଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ  । ବର୍ତ୍ତମାନ ଓଡ଼ିଶାର ଅନ୍ତରୀଣ ପୋଲିସ ଡିଜି ଭାବେ ନୂଆକରି ଦାୟିତ୍ବ ନେବା ସହ ରାଜ୍ୟ ସରକାରଙ୍କ ଅପରାଧ ମୁକ୍ତ ଓଡ଼ିଶାର କର୍ଣ୍ଣଧାର ସାଜିଛନ୍ତି ଅରୁଣ  ।

୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ହେଉଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ । ପ୍ରକାଶ ମିଶ୍ରଙ୍କ ପରେ ଓଡ଼ିଶାର ଡିଜିପି ଦାୟିତ୍ବ ତୁଲାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ  । ଅରୁଣ ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ଏଥିସହ ସେ  ପୋଲିସ ବିଭାଗର ମୁଖ୍ୟ ଭାବେ କାମ କରୁଛନ୍ତି । ଅରୁଣଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଡିଜିପି କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ।

ବଲାଙ୍ଗୀରରେ ଜନ୍ମିତ ଅରୁଣ ୧୯୯୦ ମସିହାରେ ଆଇପିଏସରେ କୃତକାର୍ଯ୍ୟ ହୋଇଥିଲେ  । ଜନସେବାର ଇଚ୍ଛାନେଇ ତାଳଚେର ଏସଡିପିଓ ଭାବେ ଚାକିରି ଆରମ୍ଭ କରିଥିଲେ । ପରେ ରାୟଗଡ଼ା, ବ୍ରହ୍ମପୁର, ଜଗତସିଂହପୁର ଭୁବନେଶ୍ବର ଓ ରାଉରକେଲା ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଜିଲ୍ଲାର ଏସପି ଭାବେ ଦାୟିତ୍ବ ତୁଲାଇ ସେ ଅନେକ ସମୟରେ ଚର୍ଚ୍ଚାକୁ ଆସିଥିଲେ  । କ୍ରାଇମ ଫ୍ରି ସହର ଗଠନ କରିବାରେ ତାଙ୍କ ଭୂମିକା ଉଲ୍ଲେଖନୀୟ  । ଭୁବନେଶ୍ବର ଏସପି ଭାବେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ ଅରୁଣ  । ଭୁବନଶ୍ବରରେ ଦିନକୁ ଦିନ ଅପରାଧ ବଢୁଥିବାବେଳେ ତାହାକୁ ରୋକିବାରେ ଅରୁଣଙ୍କ ବ୍ଲୁପ୍ରିଣ୍ଟ ସହାୟ ହୋଇଥିଲା  । ଯେଉଁଥିପାଇଁ ଲୋକଙ୍କ ଭଲପାଇବା ପାଇବା ସହ ରାଜ୍ୟ ସରକାରଙ୍କ ଗୁଡ୍ ବୁକରେ ରହିଥିଲେ ଅରୁଣ । ତାଙ୍କ ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ପରବର୍ତ୍ତୀ ସମୟରେ ଅନେକ ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ଡିଆଇଜି କ୍ରାଇମବ୍ରାଞ୍ଚ, ଉତ୍ତରାଞ୍ଚଳ କେନ୍ଦ୍ରୀୟ ରେଂଜ ଡିଆଇଜି, ଆଇଜି ଆଇନଶୃଙ୍ଖଳା ଭାବେ କାର୍ଯ୍ୟ କରି ଶ୍ରୀ ଷଡଙ୍ଗୀ ତାଙ୍କ ଦକ୍ଷତାର ସ୍ବତନ୍ତ୍ର ପରିଚୟ ଦେଇ ଆସିଛନ୍ତି।

ନୂଆ ଡିଜି ପଦବୀକୁ ନେଇ ଅନେକ ଆଇପିଏସଙ୍କ ନାମ ଚର୍ଚ୍ଚାରେ ଥିଲା । ବିଶେଷ କରି ବି. ରାଧିକା ଚର୍ଚ୍ଚାରେ ସର୍ବାଗ୍ରେ ଥିଲେ। ବରିଷ୍ଠତା ଦୃଷ୍ଟିରୁ ଅରୁଣଙ୍କ ଉପରେ ଆହୁରି ୬ ଜଣ ଆଇପିଏସ ଅଧିକାରୀ ଥିଲେ। କେନ୍ଦ୍ରର ଅନୁମୋଦନ ପାଇଁ ତିନି ଜଣ ଆଇପିଏସଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଥିଲେ। ତାହା ମଧ୍ୟ ଏ ପର୍ଯ୍ୟନ୍ତ ଅନୁମୋଦନ ହୋଇ ଆସିୃପାରିଲା ନାହିଁ। ତେଣୁ ଅରୁଣ ଷଡ଼ଙ୍ଗୀଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଡିଜିପି ପଦରେ ବସାଇଛନ୍ତି ରାଜ୍ୟ ସରକାର  । ଅରୁଣ ଷଡ଼ଙ୍ଗୀ ହେଉଛନ୍ତି ଓଡ଼ିଶା ପୋଲିସର ଜଣେ ନିର୍ବିବାଦୀୟ ଓ ଅଭିଜ୍ଞ ଆଇପିଏସ ଅଧିକାରୀ । କେବଳ ପୋଲିସ ବିଭାଗ ନୁହେଁ ନିଜର କାର୍ଯ୍ୟ ଦକ୍ଷତା ସକାଶେ ଅରୁଣ ଜଣେ ପିପୁଲସ ଅଫିସର ଭାବରେ ଓଡ଼ିଶାରେ ପରିଚିତ । ୨୦୨୪ ହେଉଛି ନିର୍ବାଚନ ବର୍ଷ। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଚଳିତବର୍ଷ ହେବ। ନିର୍ବାଚନକୁ ସୂଚାରୁରୂପେ ପାଳନ କରିବା ପାଇଁ ଜଣେ ଦକ୍ଷ ଅଫିସରଙ୍କ ଆବଶ୍ୟକତା ରହିଛି । ଅରୁଣଙ୍କ ପରି ଜଣେ ଆଇପିଏସ ଅଧିକାରୀ ସମସ୍ତଙ୍କର ପ୍ରିୟ  । ଏଣୁ ତାଙ୍କୁ ପୋଲିସ ମୁଖିଆ ପଦବୀରେ ବସାଇଛନ୍ତି ରାଜ୍ୟ ସରକାର  । ଆଗକୁ ରାଜ୍ୟବାସୀଙ୍କୁ ଏକ ଗୁଣାତ୍ମକ ପୁଲିସ ସେବା ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ଅନ୍ତରୀଣ ଡିଜିପି ଅରୁଣ ଷଡ଼ଙ୍ଗୀ । ‌ଅପରାଧ ମୁକ୍ତ ସମାଜ ଗଠନ କରିବା ପାଇଁ ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ରାଜ୍ୟର ପୁଲିସ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ସେ କାମନା କରିଛନ୍ତି । ରାଜ୍ୟ ପୁଲିସ ଅତୀତରେ ଅନେକ ସଫଳତା ହାସଲ କରିଛି । ମାଓ ଦମନ, ସାଇବର ଅପରାଧ ସମେତ ପୁଲିସ ଭିତ୍ତିଭୂମି ବିକାଶରେ ଅନେକ ସଫଳତା ପାଇଛି  । ଆଗକୁ ମଧ୍ୟ ଏହି ଧାରା ଜାରି ରଖିବା ଦିଗରେ କାମ କରୁଛନ୍ତି ଶ୍ରୀ ଷଡଙ୍ଗୀ  ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!