ଏବେ ଶୁକ୍ର ଅଭିଯାନ

() ମୁନ, ସନ ପରେ ଏବେ ଭେନସ ମିଶନ ।  ଶୁକ୍ର ଗ୍ରହକୁ ଅଭିଯାନ ଆରମ୍ଭ କରିବ ଇସ୍ରୋ । ପ୍ରଥମେ ଚନ୍ଦ୍ର ମିଶନ ଓ ପରେ ସୂର୍ଯ୍ୟ ମିଶନ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚଳାଇଛି ଇସ୍ରୋ । ସୌର ଜଗତର ସବୁଠାରୁ ଉଜ୍ଜ୍ବଳତମ ଗ୍ରହକୁ ସ୍ପେସକ୍ରାଫ୍ଟ ପଠାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ଯ ଏସ. ସୋମନାଥ । ଶୁକ୍ରକୁ ପଠାଯିବାକୁ ଥିବା ପେଲୋଡଗୁଡିକୁ ଇତିମଧ୍ୟରେ ତିଆରି କରାଯାଇସାରିଛି ।

ଶୁକ୍ରର ଜଳବାୟୁ ଓ ତାହାର ପୃଷ୍ଠଦେଶ ସମ୍ପର୍କରେ ଗବେଷଣା ଇସ୍ରୋର ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଏହି ଅଭିଯାନକୁ ଶୁକ୍ରଯାନ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଜଣାଯାଇଛି- ଶୁକ୍ରଗ୍ରହର ପୃଷ୍ଠ ଦେଶ ଅତ୍ଯନ୍ତ ବହଳା ଏବଂ ଏସିଡରେ ପରିପୂର୍ଣ୍ଣ । ଶୁକ୍ରଗ୍ରହର ଜଳବାୟୁଜନିତ ଚାପ ପୃଥିବୀ ତୁଳନାରେ 100 ଗୁଣ ଅଧିକ । ତେଣୁ ଶୁକ୍ର ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ । ସୋମନାଥ କହିଛନ୍ତି- ବର୍ତ୍ତମାନ ସୁଦ୍ଧା ଜଣାନାହିଁ ଶୁକ୍ରର ପୃଷ୍ଠଦେଶ କଠିନ ନା ନରମ । ଶୁକ୍ର ସମ୍ପର୍କରେ ତଥ୍ଯ ମିଳିଲେ ପୃଥିବୀର ଭବିଷ୍ଯତ ସମ୍ପର୍କରେ ବି ତଥ୍ଯ ମିଳିପାରିବ ।

ସେ ଆହୁରି କହିଛନ୍ତି ଆଉ 10 ହଜାର ବର୍ଷ ପରେ ପୃଥିବୀର ବୈଶିଷ୍ଟ୍ୟରେ ପରିବର୍ତ୍ତନ ବି ଘଟିବା ସମ୍ଭାବନା ରହିଛି । ଅନେକ ବର୍ଷ ପୂର୍ବରୁ ବି ପୃଥିବୀ ବସବାସଯୋଗ୍ଯ ନଥିଲା । ଆସନ୍ତା 2030 ବେଳକୁ ନାସା ଓ ୟୁରୋପୀୟ ସ୍ପେସ ଏଜେନ୍ସି ଶୁକ୍ର ଅଭିଯାନ କରିବାକୁ ଯୋଜନା ରଖିଥିବାବେଳେ ସେମାନଙ୍କ ପରେ ଭାରତ ବି ଏହି ମିଶନରେ ସାମିଲ ହେବ । ପୂର୍ବରୁ ଭାରତ 2013ରେ ମଙ୍ଗଳ ମିଶନରେ ସଫଳ ହୋଇଥିଲା ଏବଂ ମଙ୍ଗଳ ଗ୍ରହର ଅନେକ ତଥ୍ଯ ଇସ୍ରୋ ପାଇବାକୁ ସକ୍ଷମ ହୋଇଥିଲା ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!