ରୋହିତ ରେକର୍ଡ, ଜିତିଲା ଭାରତ

() ଦିଲ୍ଲୀରେ ଗର୍ଜିଲା ରୋହିତଙ୍କ ବ୍ୟାଟ୍ । ଆଫଗାନିସ୍ତାନକୁ ହରାଇ ଦମଦାର ବିଜୟ ଲାଭ କଲା ଭାରତ । ଲଗାତାର ବିଶ୍ବକପର ଦ୍ବିତୀୟ ମ୍ୟାଚରେ ବିଜୟ ସହିତ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନକୁ ଉଠିଛି ଟିମ୍ ଇଣ୍ଡିଆ । ରୋହିତଙ୍କ ରେକର୍ଡ ୧୩୧ ରନରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ଏକତରଫା ଭାବେ ଜିତିନେଇଛି ଭାରତ । ଆଫଗାନିସ୍ତାନ ଦେଇଥିବା ୨୭୩ ରନର ଟାର୍ଗେଟକୁ ଭାରତ ୨ ଓ୍ବିକେଟ ହରାଇ ୯୦ ବଲ୍ ପୂର୍ବରୁ ହାସଲ କରିଛି । ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ।

ଅଜମତୁଲ୍ଲା ଓମରଜାଇଙ୍କ ୬୨ ଓ ଶାହିଦିଙ୍କ ୮୦ ରନ ବଳରେ ଆଫଗାନିସ୍ତାନ ୮ ୱିକେଟ ହରାଇ ୨୭୨ ରନ କରିଥିଲା । ଭାରତର ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ପାଣ୍ଡ୍ୟା ୨ଟି ଓ୍ବିକେଟ ନେଇଥିବାବେଳେ ସାର୍ଦ୍ଦୁଳ ଓ କୁଲଦୀପଙ୍କୁ ମିଳିଥିଲା ଗୋଟିଏ ଲେଖାଏଁ ଓ୍ବିକେଟ୍ । ୨୭୩ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଓ ଈଶାନ କିଶନ ଓପନିଂ କରିଥିଲେ । ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବିଜୟ ଅଭିମୁଖେ ଅଗ୍ରସର ହୋଇଥିଲା । ୩୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ । ଇଶାନ ୫ଟି ଚୌକା ଓ ୨ଟି ଛକା ବଳରେ ୪୭ ବଲରେ ୪୭ ରନ କରି ଆଉଟ ହୋଇଥିଲେ । ପରେ ୬୩ ବଲରେ ନିଜର ଶତକ ହାସଲ କରିଥିଲେ ରୋହିତ ଶର୍ମା ।

ଦିନିକିଆ ବିଶ୍ବକପରେ ଏହା ରୋହିତଙ୍କ ୭ମ ଶତକ। ବିଶ୍ବକପରେ ସଚିନ ସର୍ବାଧିକ ୬ଟି ଶତକ ମାରିଥିବାବେଳେ ରୋହିତ ୭ଟି ଶତକ ମାରି ରେକର୍ଡ ଭାଙ୍ଗିଛନ୍ତି । ୧୬ଟି ଚୌକା ଓ ୫ଟି ଛକା ସହ ୧୩୧ ରନ କରି ରୋହିତ ପାଭିଲିଅନ ଫେରିବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଦଳକୁ ବିଜୟ ଭେଟି ଦେଇଥିଲେ । ବିରାଟ ତାଙ୍କ କ୍ୟାରିଅରର ୬୮ତମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୫ ବଲରେ ଅର୍ଦ୍ଧଶତକ କରିଛନ୍ତି । ସେହିପରି ଶ୍ରେୟସ ଅପରାଜିତ ୨୫ ରନ୍ କରିଥିଲେ । ରୋହିତ ଶର୍ମା ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଛନ୍ତି ।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!