() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ରର ଅବିକଳ ପ୍ରତିକୃତି ସ୍ଥାପନା କରି ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ବିକାଶ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର ଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ ସ୍ଥାପନ କରିଥିଲେ । କୋଣାର୍କ ଚକ୍ର ବିଶ୍ବ ଏକତାର ପ୍ରତୀକ ବୋଲି ସେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ବିକାଶ ଖାନ୍ନାଙ୍କ ସୃଜନଶୀଳତା ଓ ଔଦ୍ୟୋଗୀକ ମନୋଭାବର ପ୍ରଶଂସା କରି ତାଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ।


