ଅମିତ ଓ ଦୀପଗ୍ରେସ ସମ୍ବର୍ଦ୍ଧିତ

() ଏସିଆନ ଗେମ୍ସରେ ସଫଳତା ପାଇଥିବା ହକି ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଓ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କାର ଚେକ ପ୍ରଦାନ କରିଥିଲେ । ପୁରୁଷ ହକି ଫାଇନାଲରେ ପୁରୁଷ ଟିମ୍ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଦଳ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ଗୋଲ ଦେଇଥିଲେ ଅମିତ ରୋହିଦାସ । ସେହିଭଳି ମହିଳା ଟିମ୍ ବ୍ରୋଞ୍ଜ ପଦକ ହାତେଇଥିଲା । ସେମାନଙ୍କର କଠିନ ପରିଶ୍ରମ ଓ ସଫଳତା ପାଇଁ ଓଡ଼ିଶା ଆଜି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଗକୁ ଏଭଳି ପ୍ରୟାସ ଜାରି ରହୁ ବୋଲି ସେ କହିଛନ୍ତି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!