ନାଲ୍‌କୋର ନୂତନ ନିର୍ଦ୍ଦେଶକ ଜଗଦୀଶ ଅରୋରା

ନାଲ୍‌କୋର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଭାବେ ଜଗଦୀଶ ଅରୋରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ଆରୋରା ସେଲ୍‌ ଅନ୍ତର୍ଗତ ସେଣ୍ଟର ଫର୍‌ ଇଞ୍ଜିନିୟରିଂ ଆଣ୍ଡ ଟୋକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ। ଉଲ୍ଲେଖଯୋଗ୍ୟ, ଜଗଦୀଶ ଏନ୍‌ଆଇଟି, ଓ୍ବାରାଙ୍ଗଲରୁ ମେକାନିକାଲ ଇଞ୍ଜିନିୟିରିଂରେ ପିଜିଡିଏମ୍‌ ଡିଗ୍ରୀ ହାସଲ କରିବା ପରେ ଅରୋରା ସେଲ୍‌ରେ ମ୍ୟାନେଜମେଣ୍ଟ ଟ୍ରେନିଂ (ଟେକ୍‌ନିକାଲ) ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

ବିଶେଷକରି ମେଟାଲ ମାଇନିଂ ଇଣ୍ଡଷ୍ଟ୍ରିର ବିଭିନ୍ନ ଦିଗ ଉପରେ କାର୍ଯ୍ୟ କରିବାର ବିଶେଷ ଅଭିଜ୍ଞତା ଓ ଦକ୍ଷତା ଅରୋରାଙ୍କ ନିକଟରେ ରହିଛି। ଏପରିକି ସେଲ୍‌ରେ ୩ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ସହ ଅରୋରା ବିଭିନ୍ନ ପଦପଦବୀରେ ରହି ଚ୍ୟାଲେଞ୍ଜିଂ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ନିର୍ବାହ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ଜଗଦୀଶଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଯୋଗଦାନ ଦ୍ୱାରା ନାଲ୍‌କୋ ବୋର୍ଡ ଅଧିକ ମଜଭୁତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

Post Views24 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!