ODMର ଅଧ୍ୟକ୍ଷଙ୍କୁ ‘ନଗରବନ୍ଧୁ ସମ୍ମାନରେ ସମ୍ମାନିତ

ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍ର ଅଧ୍ୟକ୍ଷ ଡ. ମୀନକେତନଙ୍କୁ ନିକଟରେ ଭୁବନେଶ୍ୱର ନଗର ନିଗମ (ବିଏମ୍ସି) ପକ୍ଷରୁ ‘ନଗରବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷର ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଏମ୍ସି ପକ୍ଷରୁ ଏକ ସ୍ବତନ୍ତ୍ର ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା।

ଉକ୍ତ ସମାରୋହରେ ମୀନକେତନଙ୍କୁ ‘ନଗରବନ୍ଧୁ’ ସମ୍ମାନ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ମୀନକେତନଙ୍କୁ ଉକ୍ତ ପୁରସ୍କାର (ସମ୍ମାନ) ପ୍ରଦାନ କରିବା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଅପରପକ୍ଷରେ ଏକ ନିର୍ଣ୍ଣାୟକ ମଣ୍ଡଳୀ ଦ୍ୱାରା ପର୍ଯ୍ୟାୟକ୍ରମେ ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା କରିବାର ଉପରାନ୍ତେ ମୀନକେତନ ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ, ସମାଜସେବା, ରକ୍ତଦାନ ଶିବିର, ଅନ୍ନଦାନ କାର୍ଯ୍ୟକ୍ରମ, କୋଭିଡ୍ ସମୟରେ ନିତିଦିନ ମଜୁରିଆଙ୍କ ସେବା ଓ ଜାଗରୁକତା, ପ୍ରଦୂଷଣ ନିରାକରଣ ପାଇଁ ପ୍ରଚାର, ଅର୍ଗାନିକ୍ କୃଷି, ସୂର୍ଯ୍ୟଶକ୍ତି ସଂରକ୍ଷଣ, ସମର୍ପଣ ଓ ନିଷ୍ଠା ହେତୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି ା

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!