‘ବେଷ୍ଟ ବ୍ୟାଙ୍କର୍’ ଭାବେ ସମ୍ମାନିତ ହେଲେ ଆରବିଆଇ ମୁଖ୍ୟ

ଓଡିଆ ପୁଅ ତଥା ଆରବିଆଇର ଗଭର୍ଣ୍ଣର ଭାବେ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଛନ୍ତି। ଦେଶ ପାଇଁ ଗର୍ବ ଆଣିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ। ବିଶ୍ୱର ଶ୍ରେଷ୍ଠ ବ୍ୟାଙ୍କର୍ ଭାବେ ମାନ୍ୟତା ପାଇଥିବାରୁ ଶକ୍ତିକାନ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, ଭାରତ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ, ଯାହା ବିଶ୍ୱରେ ଏହା ଆମର ଆର୍ଥିକ ନେତୃତ୍ୱକୁ ପ୍ରତିଫଳିତ କରିଥାଏ। ଶକ୍ତିକାନ୍ତଙ୍କ ଉତ୍ସର୍ଗ ଏବଂ ଦୂରଦୃଷ୍ଟି ଆମ ଦେଶର ବିକାଶ ପଥକୁ ମଜବୁତ କରିବ।

ଆମେରିକୀୟ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଶକ୍ତିକାନ୍ତଙ୍କୁ ସର୍ବଭାରତୀୟ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର ଭାବେ ମାନ୍ୟତା ଦିଆଯାଇଛି। ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ ତାଙ୍କୁ ‘ଏ +’ ରେଟିଂ ଦିଆଯାଇଛି।

ଏ+ ରେଟିଂ ଦିଆଯାଇଥିବା ତିନୋଟି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ତାଲିକାରେ ଶକ୍ତିକାନ୍ତ ଶୀର୍ଷରେ ରହିଛନ୍ତି। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ସ ରିପୋର୍ଟ କାର୍ଡ ୨୦୨୩ ଅନୁଯାୟୀ ‘ଏ+’ ଗ୍ରେଡ ଅର୍ଜନ କରୁଥିବା ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ମଧ୍ୟରେ ଭାରତର ଶକ୍ତିକାନ୍ତ ଦାସ, ଥୋମାସ ଜେ. ଜୋର୍ଡାନ (ସ୍ବିଜରଲ୍ୟାଣ୍ଡ), ନଗୁଏନ ଥି ହଙ୍ଗ (ଭିଏତନାମ) ସ୍ଥାନ ପାଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!