ଟାଟା ଷ୍ଟିଲ୍ ମାଇନିଂକୁ ଏକ୍ସଲେନ୍ସ ପୁରସ୍କାର

ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ତଥା ପୁରସ୍କାର ଦିଆଯାଇଛି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ପୂର୍ବାଞ୍ଚଳ ୟୁନିଟ୍ ପକ୍ଷରୁ କୋଲକାତାଠାରେ ଆୟୋଜିତ ୧୭ତମ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିସନ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିକୁ ସମ୍ମାନଜନକ ସିଆଇଆଇ ଏସ୍ଏଚ୍ଇ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି।

ଏପରିକି ଏକ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଲାଗି ରହିଥିବା ପ୍ରତିବଦ୍ଧତା ପାଇଁ କମ୍ପାନୀ ଉପରୋକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଖଣି କ୍ଷେତ୍ରରେ ଟାଟା ଷ୍ଟିଲ୍ ମାଇନିଂକୁ ଆଞ୍ଚଳିକସ୍ତରର ବିଜେତା ଭାବେ ପୁରସ୍କୃତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ କମ୍ପାନୀର ସହକାରୀ ମହାପ୍ରବନ୍ଧକ (ଏସ୍ଏଚ୍ଇ) ଠାକୁର ଅଜୟ କୁମାର, ବିଶ୍ୱମ୍ବର ନାଥ, ଡିଭିଜନାଲ ମ୍ୟାନେଜର (ପ୍ଳାଣ୍ଟ) ଶୁଭେନ୍ଦୁ ନସ୍କର ଓ ପ୍ରବନ୍ଧକ (ଖଣି) ମହମ୍ମଦ ମୁଜାହିଦ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଆମ ଶ୍ରମଶକ୍ତିର ଉନ୍ନତି ସହିତ ପରିବେଶ ଉପରେ ପ୍ରଭାବ କମ୍ କରିବା ଲାଗି ଆମେ ସର୍ବଦା ପ୍ରତିବଦ୍ଧ ରହିଛୁ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!