ଡ୍ରଗ୍ସ ଦେଉଥିଲେ ଦୁଷ୍କର୍ମ କରୁଥିଲେ

ଦିଲ୍ଲୀରେ ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା । ସାଂଘାତିକ ଖୁଲାସା କରିଛି ଦିଲ୍ଲୀ ପୋଲିସ । ପୀଡ଼ିତାଙ୍କୁ ଦୁଷ୍କର୍ମ ପୂର୍ବରୁ ଡ୍ରଗ୍ସ ଦେଉଥିଲା ଅଭିଯୁକ୍ତ । ନିଶାସକ୍ତ ଅବସ୍ଥାରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ କହିଛି । ଦେଶରେ କରୋନା ମହାମାରୀ ସ୍ଥିତି ଲାଗି ରହିଥିବା ବେଳେ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ନାବାଳିକା ଝିଅକୁ ଆଶ୍ରୟ ଦେବା ଆଳରେ ଘରକୁ ଆଣିଥିବା ବେଳେ ମାତ୍ର ଦିନକ ପରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ନିଲମ୍ବିତ ସରକାରୀ ଅଧିକାରୀଙ୍କୁ ଗତକାଲି ପୋଲିସ ଗିରଫ ପଚରାଉଚରା କରୁଛି । ଗିରଫଦାରୀ ପୂର୍ବରୁ ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ସେପଟେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ପୀଡ଼ିତାଙ୍କ ସହ ଭେଟିବାକୁ ଦିଆନଯିବାରୁ ସେ ଗତକାଲି ରାତିତମାମ ହସ୍ପିଟାଲ ବାହାରେ ଧାରଣାରେ ବସିଥିଲେ । ଅଭିଯୁକ୍ତ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବାରୁ ପୋଲିସ ତାକୁ ସୁରକ୍ଷା ଦେଉଛି ବୋଲି ସ୍ବାତୀ କହିଛନ୍ତି । ଦିଲ୍ଲୀରେ ଘଟିଥିବା ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ କାହିଁକି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଦିଆଯାଉନି। ପୋକସୋ ଆକ୍ଟରେ ମାମଲା ରୁଜୁ ପରେ ବି କାହିଁକି ୮ ଦିନ ଯାଏଁ ଅଭିଯୁକ୍ତକୁ ଗିରଫ କରି ନଥିଲା ପୋଲିସ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବାରୁ ପୋଲିସ ଅଭିଯୁକ୍ତ ପ୍ରତି କୋହଳ ମନୋଭାବ ଦେଖାଉଛି ବୋଲି ସ୍ବାତୀ ଅଭିଯୋଗ କରିଛନ୍ତି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!