ଜିନ୍ଦଲ ଦେଲା କାନାଡାକୁ ବଡ ଝଟକା

ଭାରତର ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା କମ୍ପାନି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାନାଡାରେ ନିଜର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସହଯୋଗୀ କମ୍ପାନି ରେସନ ଏରୋସ୍ପେସ କର୍ପୋରେଶନ ସେଠାରୁ ଏହାର ସଞ୍ଚାଳନ ବନ୍ଦ କରିବାକୁ ଘୋଷଣା କରିଛି । ମହିନ୍ଦ୍ରା ପରେ ଶନିବାର ଭାରତୀୟ କମ୍ପାନୀ ଜେଏସଡବ୍ଲୁ ଷ୍ଟିଲ ଜିନ୍ଦଲ କାନାଡା ସରକାରଙ୍କୁ ଏକ ବଡ ଝଟକା ଦେଇଛି।

ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତର ବୃହତ୍ତମ ଷ୍ଟିଲ ନିର୍ମାତା ଜେଏସଡବ୍ଲୁ ଷ୍ଟିଲ(ଜିନ୍ଦଲ ସାଉଥ ଓ୍ବେଷ୍ଟ) ଏବଂ ଟେକ ରିସୋର୍ସ ମଧ୍ୟରେ ଅଂଶଧନ ଉପରେ ଆଲୋଚନାକୁ ସ୍ଥଗିତ ରଖାଯାଇଛି। ଜିନ୍ଦଲ ଟେକ ରିସୋର୍ସରୁ ୩୪-୩୭ ପ୍ରତିଶତ ଅଂଶଧନ କିଣିବାକୁ ଚେଷ୍ଟା କରୁଛି। ଜିନ୍ଦଲ କାନାଡିୟ କମ୍ପାନୀ ଟେକ ରିସୋର୍ସର କୋଇଲା ୟୁନିଟର ଅଂଶଧନ କିଣିବାକୁ ଯାଉଛି। କିନ୍ତୁ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ କମ୍ପାନୀ ଏହି ଡିଲକୁ ମନ୍ଥର କରିଦେଇଛି। ଏଥିଯୋଗୁ କମ୍ପାନୀର ଶେୟାର ୪ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ ପାଇବାକୁ କମ୍ପାନୀ ଅପେକ୍ଷା କରିଛି।

କାନାଡା ଓ ଭାରତ ବିବାଦ ଚରମରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ତିକ୍ତତାର ପ୍ରଭାବ ବ୍ୟବସାୟରେ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କଲାଣି। ବିବାଦ ଭିତରେ ଭାରତୀୟ କମ୍ପାନୀଗୁଡିକ କାନାଡାରେ ସେମାନଙ୍କର ବ୍ୟବସାୟ ବନ୍ଦ କରୁଛନ୍ତି। ଯାହା କାନାଡା ଅର୍ଥନୀତିରେ ଗୁରୁତର ପ୍ରଭାବ ପକାଇଛି।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!