କୋଟିପତି ପବ୍ଲିକ ହେଲ୍ଥ ଅଫିସର ଘରୁ ମିଳିଲା ପୁଳାପୁଳା ଟଙ୍କା

କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଛି। ଏହାସହରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ସିବିଆଇକୁ ମିଳିଛି। ଯାହାକୁ ଦେଖି ତାଜୁବ ହୋଇଯାଇଛନ୍ତି ସିବିଆଇ ଅଧିକାରୀ। ଆଜିବି ରାଜେନ୍ଦ୍ରଙ୍କୁ ମରାଥନ୍ ଜେରା କରୁଛି ସିବିଆଇ।
ରାଜେନ୍ଦ୍ରଙ୍କ ପାରାଦୀପରେ ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଛି। ଏହାସହ ବିଛଣା ତଳୁ, ବାଥରୁମରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଫରେନ କରେନ୍ସି ଜବତ କରାଯାଇଛି।

ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି।

ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା। ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ଗତକାଲି ଶିପିଂ ଏଜେଣ୍ଟଙ୍କ ଠାରୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ଏହି ସମୟରେ ଛକି ରହିଥିବା ସିବିଆଇ ଅଧିକାରୀ ନାରାୟଣ ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ ଜଣିଆ ସିବିଆଇ ଟିମ୍ ଡକ୍ଟର ଆର୍.ଏନ୍ ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ।

Post Views28 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!