ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍,୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ। ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଇଲାକା ପଣ୍ଡୁଆ ରାସ୍ତାରେ ଏହି ଘଟଣା ଘଟିଛି। ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ମୁତାବକ, ଜଗନ୍ନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ  ଆଜି ସକାଳୁ ପରଜଙ୍ଗରୁ ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିଲା। ହେଲେ ପଣ୍ଡୁଆ ନିକଟସ୍ଥ କନ୍ତିଓକାଟେଣୀ ରାସ୍ତାରେ ଭାରସାମ୍ୟ ହରାଇ ବସଟି ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। ଫଳରେ ବସରେ ବସିଥିବା ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପଣ୍ଡୁଆ ଫାଣ୍ଡି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Post Views2 Total Count

Apply Now


This will close in 0 seconds

error: Content is protected !!