ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ  ଧରିଲା ପୁଲିସ

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ଜଣାଯାଇଛି। ତାକୁ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣୁଛି ପୁଲିସ୍।

ସୂଚନାଯୋଗ୍ୟ, ବୁଧବାର ଦିନ ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କ ବାରମ୍ବାର ଧମକର ଶିକାର ହେବା ପରେ ନିଜ ଦେହରେ କିରାସିନି ଢାଳି ନିଆ ଲଗାଇ ନିଜ ଜୀବନ ନେଇଥିଲେ। ରିପୋର୍ଟ ଅନୁଯାୟୀ, ପ୍ରେମିକ ଜଣକ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପ୍ରସାରିତ କରିଥିଲେ ଏବଂ ତାଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ତାଙ୍କୁ ବ୍ଲାକମେଲ୍ କରିଥିଲେ।

ଏହା ପରେ ଯୁବତୀ ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ସଦସ୍ୟ ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଫଆଇଆର ଦାଖଲ କରିବା ପରିବର୍ତ୍ତେ, ଏଏସଆଇ ତାଙ୍କୁ ସମସ୍ତ ସୋସିଆଲ ମିଡିଆ ସାଇଟରୁ ପୁଅକୁ ବ୍ଲକ୍ କରିବାକୁ କହିଥିଲେ। ଏହି ଘଟଣା ଦୀର୍ଘ ୭-୮ମାସ ଧରି ଚାଲିଥିଲା। ପୁଅର ବ୍ଲାକମେଲିଂରେ ହତାଶ ହୋଇ, ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟରେ ନିଜ ଜୀବନ ନେବା ଭଳି କଠୋର ନିଷ୍ପତ୍ତି ନେଇଥିଲେ।

Post Views27 Total Count

Apply Now


This will close in 0 seconds

error: Content is protected !!